ପିମ୍ପୁଡି ଚଟଣୀ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ବସବାସ କରୁଛନ୍ତି । ଗୋଟିଏ ଅଞ୍ଚଳର ଲୋକଙ୍କ ଚାଲିଚଳଣ, ଖାଦ୍ୟପେୟ ଅନ୍ୟ ଏକ ଅଞ୍ଚଳର ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ । ତେବେ କିଛି ଅଞ୍ଚଳରେ ଲୋକମାନଙ୍କର ଖାଦ୍ୟପେୟ ଏପରି ଅଜବ ହୋଇଥାଏ ଯାହା ଆମ କଳ୍ପନା ବାହାରେ ହୋଇଥାଏ । ଏବେ ସୋସିଆଲ୍‌ ମିଡିଆରେ ଏପରି ଏକ ଅଜବ ଖାଦ୍ୟ ଭାଇରାଲ୍‌ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ମହିଳା ଲାଲ ପିମ୍ପୁଡିକୁ ଛେଚି ଚଟଣୀ ପ୍ରସ୍ତୁତ କରୁଛି । […]

Samaya Live Picture
Published On

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ବସବାସ କରୁଛନ୍ତି । ଗୋଟିଏ ଅଞ୍ଚଳର ଲୋକଙ୍କ ଚାଲିଚଳଣ, ଖାଦ୍ୟପେୟ ଅନ୍ୟ ଏକ ଅଞ୍ଚଳର ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ । ତେବେ କିଛି ଅଞ୍ଚଳରେ ଲୋକମାନଙ୍କର ଖାଦ୍ୟପେୟ ଏପରି ଅଜବ ହୋଇଥାଏ ଯାହା ଆମ କଳ୍ପନା ବାହାରେ ହୋଇଥାଏ । ଏବେ ସୋସିଆଲ୍‌ ମିଡିଆରେ ଏପରି ଏକ ଅଜବ ଖାଦ୍ୟ ଭାଇରାଲ୍‌ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ମହିଳା ଲାଲ ପିମ୍ପୁଡିକୁ ଛେଚି ଚଟଣୀ ପ୍ରସ୍ତୁତ କରୁଛି ।
ପିମ୍ପୁଡି ଚଟଣୀ

କିଛି ଆଦିବାସୀ ଇଲାକାରେ ଲାଲ ପିମ୍ପୁଡିରେ ଚଟଣୀ ପ୍ରସ୍ତୁତ କରି ତାହାକୁ ବେଶ୍‌ ଆନନ୍ଦରେ ଖାଇଥାନ୍ତି । ଏହି ଚଟଣୀକୁ ଦେମତା ଚଟଣୀ କୁହାଯାଏ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ପତ୍ର ଦନାରେ ଲାଲ ପିମ୍ପୁଡି ଓ ସେମାନଙ୍କ ଲାର୍ଭା ଧରି ଆସୁଛନ୍ତି । କଡେଇରେ କିଛି ତେଲ ସହିତ ପିଆଜ, ରସୁଣ ଓ କଞ୍ଚା ଲଙ୍କା ସହିତ ଏହି ଲାଲ ପିମ୍ପୁଡିକୁ ପକାଇ ଭାଜୁଛନ୍ତି । ପରେ ଏହାକୁ ଏକ ଛେଚା ପାତ୍ରରେ ରଖି ଛେଚି ଚଟଣୀ ପ୍ରସ୍ତୁତ କରୁଛନ୍ତି ।
ପିମ୍ପୁଡି ଚଟଣୀ

ଏହା ଭାରତରେ କିଛି ଜନଜାତିଙ୍କ ବେଶ୍‌ ପସନ୍ଦଯୋଗ୍ୟ ଖାଦ୍ୟ ହୋଇଥାଏ । ଏହି ଭିଡିଓଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମର ଦି ଓପନ୍‌ ଫିଲï ନାମକ ଆକାଉଣ୍ଟରେ ସେୟାର କରାଯାଇଛି ଯାହାକୁ ଏ ପର୍ଯ୍ୟନ୍ତ ୭୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ଓ ୨୫୦୦ରୁ ଅଧିକ ଲାଇକ୍‌ ମିଳି ସାରିଲାଣି । ଭିଡିଓରେ ସୂଚନା ଦିଆଯାଇଛି ଯେ, ଏହି ପ୍ରକାର ଚଟଣୀ ଝାଡଖଣ୍ଡ ଓ ଛତିଶଗଡର କିଛି ଅଞ୍ଚଳରେ ଲୋକମାନେ ଖାଇଥାନ୍ତି ।