କ୍ୟାନସର ଭଲ କରିବ ଛତୁ

ପ୍ରକୃତିର ଗନ୍ତାଘରେ ଏପରି ବହୁ ଜିନିଷ ଆମ ପାଇଁ ସାଇତା ହୋଇ ରହିଛି ଯାହା ବେଶ୍‌ ସ୍ୱତନ୍ତ୍ର । ଜଙ୍ଗଲରେ ଏପରି ବହୁ ମୂଲ୍ୟବାନ ଜିନିଷ ରହିଛି ଯାହା ବିଷୟରେ ଆମ ପାଖରେ ସାମାନ୍ୟ ସୂଚନା ବି ନ ଥାଏ । ଏପରି ଏକ ଜିନିଷ ହେଉଛି ଛତୁ ଯାହା ଆପଣ ନିଶ୍ଚୟ ଖାଇଥିବେ । ଏହା ବେଶ୍‌ ସ୍ୱାଦିଷ୍ଟ । ଫଙ୍ଗସ୍‌ ପ୍ରଜାତିର ଏହି ଛତୁର ବହୁ ପ୍ରଜାତି ବିଷାକ୍ତ ମଧ୍ୟ ହୋଇଥାଏ । କିନ୍ତୁ […]

Samaya Live Picture
Published On

ପ୍ରକୃତିର ଗନ୍ତାଘରେ ଏପରି ବହୁ ଜିନିଷ ଆମ ପାଇଁ ସାଇତା ହୋଇ ରହିଛି ଯାହା ବେଶ୍‌ ସ୍ୱତନ୍ତ୍ର । ଜଙ୍ଗଲରେ ଏପରି ବହୁ ମୂଲ୍ୟବାନ ଜିନିଷ ରହିଛି ଯାହା ବିଷୟରେ ଆମ ପାଖରେ ସାମାନ୍ୟ ସୂଚନା ବି ନ ଥାଏ । ଏପରି ଏକ ଜିନିଷ ହେଉଛି ଛତୁ ଯାହା ଆପଣ ନିଶ୍ଚୟ ଖାଇଥିବେ । ଏହା ବେଶ୍‌ ସ୍ୱାଦିଷ୍ଟ । ଫଙ୍ଗସ୍‌ ପ୍ରଜାତିର ଏହି ଛତୁର ବହୁ ପ୍ରଜାତି ବିଷାକ୍ତ ମଧ୍ୟ ହୋଇଥାଏ । କିନ୍ତୁ ଏପରି ଏକ ପ୍ରଜାତି ମଧ୍ୟ ରହିଛି ଯାହା ଶରୀର ଲାଗି ବହୁତ ଲାଭଦାୟକ ହୋଇଥାଏ ଓ କ୍ୟାନସରକୁ ବି ଭଲ କରି ଦେଇଥାଏ ।
କ୍ୟାନସର ଭଲ କରିବ ଛତୁ

ଏହାର ଏତେ ଫାଇଦା ରହିଛି ଯେ, ଲୋକମାନେ ଏହାକୁ ସଂରକ୍ଷିତ କରି ରଖିଥାନ୍ତି । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଇଂଲଣ୍ଡର କର୍ଣ୍ଣୱାଲ ସ୍ଥିତ ଲଷ୍ଟ ଗାର୍ଡେନ୍‌ ଅଫ୍‌ ହେଲିଗାନ୍‌ରେ ଏହି ଛତୁ ଦେଖିବାକୁ ମିଳିଛି । ଏହି ଛତୁର ନାମ ବିୟର୍ଡ ଟୁଥ୍‌ ମସରୁମ୍‌ । ଜଣେ ବ୍ୟକ୍ତି ଏଠାରେ ଏହି ଛତୁକୁ ଦେଖି ଗାର୍ଡେନ୍‌ ପ୍ରଶାସନକୁ ଏ ବିଷୟରେ ସୂଚନା ଦେଇଥିଲେ । ଏହାପରେ ପ୍ରଶାସନ ଦେଶର ମସରୁମ୍‌ ଏକ୍ସପର୍ଟଙ୍କୁ ଡାକି ଏହାର ପରୀକ୍ଷଣ କରାଇଥିଲେ ।
କ୍ୟାନସର ଭଲ କରିବ ଛତୁ

ଫୁଟବଲ୍‌ ଆକାରର ଏହି ଛତୁର ଆକାର ଏତେ ବଡ ଥିଲା ଯେ, ଏକ୍ସପର୍ଟ ପରାମର୍ଶ ଦେଇଥିଲେ ଏହାକୁ କେଜ୍‌ରେ ବନ୍ଦ କରି ରଖି ଦେଖାଶୁଣା କରିବାକୁ । ଏହି ଛତୁ ମଧ୍ୟରେ ରୋଗ ଭଲ କରିବାର ଅଦ୍ଭୁତ ଗୁଣ ଭରି ରହିଛି । ଇଂଲଣ୍ଡର ୱାଇଲï ଲାଇଫ୍‌ ଆଣ୍ଡ କଣ୍ଟ୍ରିସାଇଡ୍‌ ଆକଫର ସେଡ୍ୟୁଲ ୮ ଅନୁଯାୟୀ ଏହି ଛତୁକୁ ତୋଳିବା କିମ୍ବା ନଷ୍ଟ କରିବା ଆଇନତଃ ଅପରାଧ ଓ ଏପରି କଲେ ଜେଲ୍‌ ଓ ଜୋରିମାନା ଦଣ୍ଡ ବି ହୋଇପାରେ ।