ଲକ୍‍ ଡ଼ାଉନରେ ପ୍ରସ୍ତୁତ କରନ୍ତୁ ସୁଜି ଚକୁଳି

ସମୟ ଲାଇଭ୍‍,୧୩/୪: ଲକ୍‍ ଡ଼ାଉନରେ ଘରେ ବସି ବସି ବିରକ୍ତ ଲାଗୁଥିଲେ କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଗୃହିଣୀମାନେ ଏତେଦିନର ଲକ୍‍ ଡ଼ାଉନରେ ନୂଆ ନୂଆ ରେସିପି ଆପଣାଇସାରିବେଣି ତେବେ ଆପଣ ସୁଜି ଚକୁଳି ବନାଇଲେଣି କି ? ଯଦି ନା, ତେବେ ଆଜି ହିଁ ବନାନ୍ତୁ ସୁଜି ଚକୁଳି ସାମଗ୍ରୀ: ସୁଜି, ଭୃଶଙ୍ଗପତ୍ର, ଲୁଣ, ପିଆଜ, ଧନିଆପତ୍ର, ପାଣି ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨୦ ମିନିଟ୍‍ ପାଇଁ ସୁଜିକୁ ବତୁରାଇ ରଖନ୍ତୁ। […]

Samaya Live Picture
Published On

ସମୟ ଲାଇଭ୍‍,୧୩/୪: ଲକ୍‍ ଡ଼ାଉନରେ ଘରେ ବସି ବସି ବିରକ୍ତ ଲାଗୁଥିଲେ କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଗୃହିଣୀମାନେ ଏତେଦିନର ଲକ୍‍ ଡ଼ାଉନରେ ନୂଆ ନୂଆ ରେସିପି ଆପଣାଇସାରିବେଣି ତେବେ ଆପଣ ସୁଜି ଚକୁଳି ବନାଇଲେଣି କି ? ଯଦି ନା, ତେବେ ଆଜି ହିଁ ବନାନ୍ତୁ ସୁଜି ଚକୁଳି

ସାମଗ୍ରୀ: ସୁଜି, ଭୃଶଙ୍ଗପତ୍ର, ଲୁଣ, ପିଆଜ, ଧନିଆପତ୍ର, ପାଣି


ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ୨୦ ମିନିଟ୍‍ ପାଇଁ ସୁଜିକୁ ବତୁରାଇ ରଖନ୍ତୁ। ଏହାପରେ ଏଥିରେ ପିଆଜ, କଞ୍ଚାଲଙ୍କା, ଧନିଆପତ୍ର କିମ୍ବା ଭୃଶଙ୍ଗ ପତ୍ରକୁ ଏକଦମ୍‍ ଛୋଟ ଛୋଟ କାଟି ଏଥିରେ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ। ଲୁଣ ପକାଇ ଭଲଭାବରେ ଫେଣ୍ଟନ୍ତୁ। ଏହାପରେ ଗ୍ୟାସରେ ଏକ ପ୍ୟାନ ବସାଇ ଯେପରି ଚକୁଳି ପିଠା କରନ୍ତି ସେହିପରି ଆଣରୁ ପିଠା ପ୍ରସ୍ତୁତ କରନ୍ତୁ। ଧନିଆ ଚଟଣି କିମ୍ବା ଟମାଟୋ ସସ୍‍ ସହ ପରଷନ୍ତୁ।

Tags: