ବିରଳ ସଫେଇ ଟେକ୍ନିକ୍
ସାଧାରଣତଃ ପଶୁପକ୍ଷୀମାନଙ୍କୁ ଆମକୁ ସଫା କରିବାକୁ ପଡିଥାଏ । ହେଲେ ବିଲେଇ ଏଭଳି ଏକ ପଶୁ ଯିଏ ମନକୁ ମନ ସଫା ରହିଥାଏ । ନିକଟରେ ଏନେଇ ଏକ ରିସର୍ଚ କରାଯାଇଥିଲା, ଯେଉଁଥିରେ ଅନକ ତଥ୍ୟା ସାମନାକୁ ଆସିଛି । ବିଲେଇମାନଙ୍କ ସଫା ସୁତୁରା ରହିବା ପଛର ଶ୍ରେୟ ସେମାନଙ୍କ ଜିଭକୁ ଯାଇଥାଏ । ସେମାନଙ୍କ ଜିଭରେ ଏକ ପ୍ରକାରର ସ୍ୱତନ୍ତ୍ର ଷ୍ଟ୍ରକଚର ରହିଛି ଯାହା ସେମାନଙ୍କୁ ସଫା ରଖିବାରେ ସାହାଯ୍ୟ କରିଥାଏ । ଦେଖିବାକୁ ମିଳିଥାଏ […]
ସାଧାରଣତଃ ପଶୁପକ୍ଷୀମାନଙ୍କୁ ଆମକୁ ସଫା କରିବାକୁ ପଡିଥାଏ । ହେଲେ ବିଲେଇ ଏଭଳି ଏକ ପଶୁ ଯିଏ ମନକୁ ମନ ସଫା ରହିଥାଏ । ନିକଟରେ ଏନେଇ ଏକ ରିସର୍ଚ କରାଯାଇଥିଲା, ଯେଉଁଥିରେ ଅନକ ତଥ୍ୟା ସାମନାକୁ ଆସିଛି । ବିଲେଇମାନଙ୍କ ସଫା ସୁତୁରା ରହିବା ପଛର ଶ୍ରେୟ ସେମାନଙ୍କ ଜିଭକୁ ଯାଇଥାଏ । ସେମାନଙ୍କ ଜିଭରେ ଏକ ପ୍ରକାରର ସ୍ୱତନ୍ତ୍ର ଷ୍ଟ୍ରକଚର ରହିଛି ଯାହା ସେମାନଙ୍କୁ ସଫା ରଖିବାରେ ସାହାଯ୍ୟ କରିଥାଏ । ଦେଖିବାକୁ ମିଳିଥାଏ ବିଲେଇମାନେ ତାଙ୍କ ଶରୀରକୁ ସବୁବେଳେ ଜିଭରେ ଚାଟି ଥାଆନ୍ତି । ଏହିସମୟରେ ସେମାନଙ୍କ ଜିଭରେ ଥିବା ସ୍ପାଇକ୍ସ ଗୁଡିକ ଶରୀରରୁ ମଳି ସଫା କରିବାରେ ସହାୟକ ହୋଇଥାଆନ୍ତି । କେବଳ ବିଲେଇ ନୁହେଁ ବାଘ ଶରୀରରେ ମଧ୍ୟ ଏଭଳି ସ୍ପାଇକ୍ ଦେଖିବାକୁ ମିଳିଥାଏ । ଏହି ଷ୍ଟ୍ରକଚର ନାଁ କାଭୋ ପପିଲାଏ ଯାହା ସାଲିଭାକୁ ସେମାନଙ୍କ ରୁମରେ ଭିଜିବାକୁଦ ଦେଇଥାଏ ଏବଂ ଖୁବ ସହଜରେ ସଫା ମଧ୍ୟ କରିଥାଏ । ବିଲେଇଙ୍କର ଏହି ଟେକ୍ନିକ୍କୁ ଆଗକୁ ସଫଫ ରୋବଟ ଗୁଡିକରେ ବ୍ୟବହାର କରାଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ସେହିଭଳି ବିଲେଇ ନିଜକୁ ଚାରୋଟି ପର୍ଯ୍ୟୟରେ ସଫା କରିଥାଏ ବୋଲି ଜଣା ପଡିଛି । ଏହି ସମୟରେ ସ୍ପାଇକର ଗୁଡିକ ଖୁବ ଏଫିସିଏଣ୍ଟଲି କାମ କରିଥାଆନ୍ତି ।




