ସାଥୀଙ୍କୁ ପ୍ରପୋଜ୍‍ କରିବା ପରେ କେମିତି କରିବେ ଆପଣଙ୍କ ପ୍ରେମକୁ ସଫଳ?

ସମୟ ଲାଇଭ,୮/୧: ପ୍ରେମ ସପ୍ତାହର ଦ୍ୱିତୀୟ ଦିନରେ ଆପଣ ଆପଣଙ୍କ ସାଥୀଙ୍କୁ ପ୍ରେମ ନିବେଦନ କରିଥିବେ। ତେବେ ସେ ଆପଣଙ୍କ ନିବେଦନକୁ ସ୍ୱୀକାର କରିବା ପରେ ଆପଣଙ୍କ ପ୍ରେମ ସଫଳ କରିବା ପାଇଁ ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। ଅନେକ ସମୟରେ ଦେଖାଯାଏ ବୁଝାମଣା ଅଭାବରୁ ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ବିବାଦ ଦେଖାଦେଇଥାଏ। ଏହି ବିବାଦ କେବେ କେବେ ଏତେ ଜଟିଳ ହୋଇଯାଏ ଯେ ଏହାର ପ୍ରଭାବରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା […]

Samaya Live Picture
Published On

ସମୟ ଲାଇଭ,୮/୧: ପ୍ରେମ ସପ୍ତାହର ଦ୍ୱିତୀୟ ଦିନରେ ଆପଣ ଆପଣଙ୍କ ସାଥୀଙ୍କୁ ପ୍ରେମ ନିବେଦନ କରିଥିବେ। ତେବେ ସେ ଆପଣଙ୍କ ନିବେଦନକୁ ସ୍ୱୀକାର କରିବା ପରେ ଆପଣଙ୍କ ପ୍ରେମ ସଫଳ କରିବା ପାଇଁ ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ। ଅନେକ ସମୟରେ ଦେଖାଯାଏ ବୁଝାମଣା ଅଭାବରୁ ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ବିବାଦ ଦେଖାଦେଇଥାଏ। ଏହି ବିବାଦ କେବେ କେବେ ଏତେ ଜଟିଳ ହୋଇଯାଏ ଯେ ଏହାର ପ୍ରଭାବରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହିଥାଏ। ଏଣୁ ଜାଣନ୍ତୁ ଏପରି କିଛି ସରଳ ଉପାୟ ଯାହା ସାଥୀଙ୍କ ସହ ଆପଣଙ୍କ ସମ୍ପର୍କକୁ ସୁମଧୁର କରିବା ସହ ବିବାଦରୁ ଦୂରରେ ରଖିଥାଏ।

– ସାଥୀଙ୍କ ପସନ୍ଦ ନାପସନ୍ଦ ଜାଣି ରଖନ୍ତୁ। ଆପଣଙ୍କ କେଉଁ ସ୍ୱଭାବ ସାଥୀଙ୍କୁ ବ୍ୟଥିତ କରିଥାଏ ସେଥିରୁ ନିବୃତ ରୁହନ୍ତୁ।
– ଅନ୍ୟ କାହା ଉପରେ ରାଗକୁ ସାଥୀଙ୍କ ଉପରେ ଜାହିର କରନ୍ତୁ ନାହିଁ।

– କୌଣସି କଥାକୁ ନେଇ ଅଧିକ ଯୁକ୍ତି କରନ୍ତୁ ନାହିଁ। ସାଥୀ ବିରକ୍ତି ଅନୁଭବ କରୁଥିଲେ ଗୋଟିଏ କଥାକୁ ବାରମ୍ବାର ଦୋହରାନ୍ତୁ ନାହିଁ।
– ସାଥୀଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ସାଥୀଙ୍କ କୌଣସି ଗୁଣ ଆପଣଙ୍କୁ ଖରାପ ଲାଗୁଥାଏ ତେବେ ନମ୍ରତାର ସହ ସେ ବିଷୟରେ ସାଥୀଙ୍କ ସହ ଆଲୋଚନା କରନ୍ତୁ।
– କୌଣସି ବି ସମସ୍ୟା ଆସୁ ସାଥୀଙ୍କ ସହ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ। ସାଥୀଙ୍କ ସହ କଥାବାର୍ତ୍ତା ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରେ।
– ସାଥୀଙ୍କୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ଆପଣଙ୍କ ସାଥୀ ହିଁ ଶ୍ରେଷ୍ଠ ଏପରି ବିଚାର କରନ୍ତୁ ଏବଂ ଆପଣ ତାଙ୍କ ବିଷୟରେ ଠିକ୍‍ ଏପରି ଭାବନ୍ତି ବୋଲି ତାଙ୍କୁ ଅନୁଭବ କରାନ୍ତୁ।
– ସାମନ୍ୟ କଥାକଟିକୁ ସମ୍ପର୍କରେ ବଡ଼ ସମସ୍ୟା ଭାବନ୍ତୁ ନାହିଁ। ଏପରି ଛୋଟ ଛୋଟ ଝଗଡ଼ା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିଥାଏ।

Tags: