ଫେସ୍‌ମାସ୍କ୍‌ ପାଇଁ ସତର୍କତା

ବର୍ତ୍ତମାନ ସମୟରେ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷମାନେ ବି ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏନେଇ କେହି କେହି ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ତ’ ଆଉ କେହି ବଜାରରୁ ବିୟୁଟି ପ୍ରଡକଫ ଆଣି ଘରେ ନିଜ ସ୍କିନ୍‌ର ସ୍ୱତନ୍ତ୍ର କେୟାର ନେଉଛନ୍ତି । ତେବେ ବଜାରରେ ଏବେ ବିଭିନ୍ନ ବ୍ରାଣ୍ଡ୍‌ର ଫେସ୍‌ମାସ୍କ୍‌ ମିଳୁଛି । ବ୍ୟସ୍ତତା ମଧ୍ୟରେ ପାର୍ଲର୍‌ ଯିବା ପରିବର୍ତ୍ତେ ଫେସ୍‌ମାସ୍କ୍‌ ଆଣି […]

Samaya Live Picture
Published On

ବର୍ତ୍ତମାନ ସମୟରେ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷମାନେ ବି ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏନେଇ କେହି କେହି ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ତ’ ଆଉ କେହି ବଜାରରୁ ବିୟୁଟି ପ୍ରଡକଫ ଆଣି ଘରେ ନିଜ ସ୍କିନ୍‌ର ସ୍ୱତନ୍ତ୍ର କେୟାର ନେଉଛନ୍ତି । ତେବେ ବଜାରରେ ଏବେ ବିଭିନ୍ନ ବ୍ରାଣ୍ଡ୍‌ର ଫେସ୍‌ମାସ୍କ୍‌ ମିଳୁଛି । ବ୍ୟସ୍ତତା ମଧ୍ୟରେ ପାର୍ଲର୍‌ ଯିବା ପରିବର୍ତ୍ତେ ଫେସ୍‌ମାସ୍କ୍‌ ଆଣି ଘରେ ଲଗାଇବା ଉପରେ ଆମେ ଅଧିକ ପ୍ରାଥମିକତା ଦେଉଛୁ । ହେଲେ ଘରେ ଫେସ୍‌ମାସ୍କ୍‌ ଲଗାଇବା ହୁଏତ ଆମ ସ୍କିନ୍‌ ପାଇଁ କ୍ଷତିକାରକ ସାଜିପାରେ । ତେଣୁ ଏହି ସମୟରେ ଯଥେଷ୍ଟ ସତର୍କ ହେବାର ଆବଶ୍ୟକତା ରହିଛି ।
– ମାସ୍କ୍‌ ଆମ ତ୍ୱଚାକୁ ହେଲ୍‌ଦି ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଫେସ୍‌ମାସ୍କ୍‌ କିଣିବା ସମୟରେ ଏହାର ଅନ୍ୟାନ୍ୟ ସାମଗ୍ରୀ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ବିଶେଷକରି ଏହାର ଏକ୍ସପାରୀ ଡେଟ୍‌କୁ ନେଇ ଅଧିକ ଯାଞ୍ଚ୍‌ କରନ୍ତୁ ।
– ଫେସ୍‌ମାସ୍କ୍‌ ଲଗାଇବା ସମୟରେ ସର୍ବପ୍ରଥମେ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଆପଣଙ୍କ ହାତ ଓ ମୁହଁକୁ ଭଲଭାବେ ସଫା କରିଦିଅନ୍ତୁ । ଏଥିପାଇଁ ଆପଣ ଫେସ୍‌ୱାସ୍‌ର ସାହାଯ୍ୟ ମଧ୍ୟ ନେଇପାରିବେ ।
– ଫେସ୍‌ମାସ୍କ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ତ୍ୱଚାରେ ଲଗାଇ ରଖନ୍ତୁ ନାହିଁ । କାହିଁକି ନା ଏହା ଶୁଖିବା ପରେ ଆପଣଙ୍କ ତ୍ୱଚାକୁ ଡ୍ୟାମେଜ୍‌ କରିପାରେ । ଯାହାଫଳରେ ତ୍ୱଚାର କୋମଳତା ନଷ୍ଟ ହୋଇଯିବ ଏବଂ ସ୍କିନ୍‌କୁ ସମ୍ପୂର୍ଣ୍ଣ ରୂପେ ଶୁଷ୍କ କରିଦେବ ।
– ମାସ୍କ୍‌ କାଢିବା ପରେ ଆପଣ ଆପଣଙ୍କ ତ୍ୱଚାରେ ମଶ୍ଚରାଇଜର୍‌ ଲଗାଇପାରିବେ । ଏହାଦ୍ୱାରା ତ୍ୱଚା ଅଧିକ ନରମ ହେବ ଏବଂ ଉଜ୍ଜ୍ୱଳ ଦେଖାଯିବ ।
– ଯଦି ଆପଣ କୌଣସି ବ୍ରାଣ୍ଡ୍‌ର ମାସ୍କ୍‌କୁ ପ୍ରଥମ ଥର ପାଇଁ ଲଗାଉଛନ୍ତି ତେବେ ଏହାର ପ୍ୟାଚ୍‌ଟେଷ୍ଟ୍‌ କରିବା ବେଶ୍‌ ଜରୁରୀ ହୋଇଥାଏ । ଏହାଦ୍ୱାରା ଆପଣଙ୍କର ଆଲାର୍ଜି ହେଉଛି କି ନାହିଁ, ତାହା ବେଶ୍‌ ସହଜରେ ଜାଣିପାରିବେ । ଯଦି ଆଲାର୍ଜି ହେଉଥାଏ ତେବେ ଏହାକୁ ତ୍ୱଚାରେ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।

Tags: