ପ୍ରି-ଡ୍ରାପ୍‌ଡ ଶାଢ଼ୀ

ପ୍ରି-ଡ୍ରାପ୍‌ଡ ଶାଢ଼ୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କ୍ଷୀର ଗଇଁଠା

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ପାରମ୍ପରିକ ଢଙ୍ଗରେ ସମୟ କାଢି ଶାଢ଼ୀ ପିନ୍ଧିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ସମସ୍ୟାର ସମାଧାନ ଭାବେ 'ପ୍ରି-ଡ୍ରାପ୍ଡ ଶାଢ଼ୀ' ମହିଳାମାନଙ୍କର ବର୍ତ୍ତମାନ ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ଏହାକୁ ପିନ୍ଧିବା ପାଇଁ ଅଧିକ ସମୟର ଆବଶ୍ୟକତା ପଡ଼େ ନାହିଁ ତେଣୁ ଏହା ଟ୍ରେଣ୍ଡରେ ରହିଛି ।

ସମ୍ବନ୍ଧିତ ଖବର ସିମେଇ ଲଡୁ

 ପ୍ୟାଣ୍ଟ ଷ୍ଟାଇଲ୍

ଏହି ଶାଢ଼ୀରେ ପେଟିକୋଟ୍ ବଦଳରେ ପ୍ୟାଣ୍ଟ ବା ଲେଗିଙ୍ଗସ୍ ସହିତ ଶାଢ଼ୀର ପଣତ ସଂଯୁକ୍ତ ହୋଇଥାଏ। ଏହା ଦେଖିବାକୁ ବହୁତ ଆଧୁନିକ ଏବଂ ଇଣ୍ଡୋ-ୱେଷ୍ଟର୍ଣ୍ଣ ଲୁକ୍ ପ୍ରଦାନ କରିଥାଏ। ଏହାକୁ ପିନ୍ଧିବା ପରେ ଚଲାବୁଲା କରିବା ସହ ଅନ୍ୟ କୌଣସି କାର୍ଯ୍ୟ କରିବା ଅତ୍ୟନ୍ତ ସହଜ ହୋଇଥାଏ। ବିଶେଷଭାବେ ଏହାକୁ ପିନ୍ଧିଲେ ଡ୍ୟାନ୍ସ କରିବା ସହଜ ହୋଇଥାଏ ।

 ସ୍କର୍ଟ ଷ୍ଟାଇଲ୍

ଏହି ଶାଢ଼ୀରେ କୁଞ୍ଚଗୁଡ଼ିକ ଆଗରୁ ସିଲେଇ ହୋଇ ରହିଥାଏ ଏବଂ ଏଥିରେ ଏକ ଜିପ୍ ବା ହୁକ୍ ଲାଗିଥାଏ। ଏହାକୁ ଗୋଟିଏ ସ୍କର୍ଟ ପରି ସହଜରେ ପିନ୍ଧି ହୁଏ, ଯାହା ଫଳରେ କୁଞ୍ଚ ଖସିଯିବାର ଭୟ ରହେ ନାହିଁ। ଯେଉଁମାନେ ଶାଢ଼ୀ ପିନ୍ଧିବା ଜାଣିନାହାନ୍ତି, ସେମାନଙ୍କ ପାଇଁ ଏହା ସବୁଠାରୁ ଆରାମଦାୟକ ବିକଳ୍ପ। କର୍ପୋରେଟ୍ ପାର୍ଟି  କିମ୍ବା ଅଫିସ ପାର୍ଟିରେ ଏହା ଆପଣଙ୍କୁ ଏକ ସୁନ୍ଦର ରୂପ ଦେଇଥାଏ।

lkhh

 ବେଲ୍ଟେଡ୍ ଷ୍ଟାଇଲ

ଏହି ଶାଢ଼ୀ ସହିତ ଏକ ମ୍ୟାଚିଂ ବେଲ୍ଟ ବା ଅଣ୍ଟାପଟି ଆସିଥାଏ, ଯାହା ଶାଢ଼ୀକୁ ଠିକ୍ ସ୍ଥାନରେ ଧରି ରଖେ। ବେଲ୍ଟ ବ୍ୟବହାର କରାଯାଉଥିବାରୁ ଏହା ଶରୀରକୁ ଏକ ସୁନ୍ଦର ଆକାର ପ୍ରଦାନ କରିଥାଏ। ଏହା ପାରମ୍ପରିକ ଏବଂ ଆଧୁନିକତାର ଏକ ସୁନ୍ଦର ମିଶ୍ରଣ, ଯାହା ଦେଖିବାକୁ ଅତି ଆକର୍ଷଣୀୟ। ଏହି ଷ୍ଟାଇଲ୍ ଆଜିକାଲି ଫେଷ୍ଟିଭାଲ୍ ସମୟରେ ବେଶ୍ ଟ୍ରେଣ୍ଡରେ ରହୁଛି।

 ଗାଉନ୍ ଷ୍ଟାଇଲ୍

ଏହା ଦେଖିବାକୁ ଏକ ଲମ୍ବା ଗାଉନ୍ ପରି, କିନ୍ତୁ ଏହାର ଏକ ପାର୍ଶ୍ୱରେ ଶାଢ଼ୀର ପଣତକୁ ଖଞ୍ଜା ଯାଇଥାଏ। ଏହାକୁ ପିନ୍ଧିବା ପାଇଁ କୌଣସି ସେଫ୍ଟି ପିନ୍ ବା କୁଞ୍ଚ କରିବାର ଆବଶ୍ୟକତା ଆଦୌ ପଡ଼େ ନାହିଁ। ରେଡ୍ କାର୍ପେଟ୍ ଇଭେଣ୍ଟ କିମ୍ବା ଗ୍ଲାମରସ୍ ପାର୍ଟି ପାଇଁ ଏହା ଖୁବ ଭଲ ଅପସନ୍ ହୋଇଥାଏ । ଏହି ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକ ପ୍ରଦାନ କରିବ।

Tags: