ଆଳୁ ଫ୍ରାଏ
By: Ipsita
ସାମଗ୍ରୀ - ଆଳୁ, ମଇଦା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, କାଶ୍ମିରୀ ଲଙ୍କାଗୁଣ୍ଡ, ଭିନେଗାର, ଅଦାରସୁଣ ପେଷ୍ଟ, ଲୁଣ, ଚାଟ ମସଲା ।
ପ୍ରଣାଳୀ - ପ୍ରଥମେ ବଡବଡ ଆକାରର ଆଳୁକୁ ଚୋପା ଛାଞ୍ଚି ଲମ୍ବାଲମ୍ବା ମୋଟା ମୋଟା କରି କାଟି ନିଅନ୍ତୁ । ଏହାକୁ ଭଲକରି ପାଣିରେ ଧୋଇ ହାଲୁକା ଶୁଖାଇ ନିଅନ୍ତୁ । ଏହାପରେ ଗୋଟିଏ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, ଲୁଣ, ଲଙ୍କାଗୁଣ୍ଡ, କାଶ୍ମିରୀ ଲଙ୍କାଗୁଣ୍ଡ, ଭିନେଗାର, ଚାଟ ମସଲା, ଅଦାରସୁଣ ପେଷ୍ଟ ଓ ପାଣି ଦେଇ ଏକ ଆଣ ପ୍ରସ୍ତୁତ କରନ୍ତୁ । ଏହାସହ ଆଉ ଏକ ପାତ୍ରରେ ଶୁଖିଲା ମଇଦା ମଧ୍ୟ ରଖନ୍ତୁ । ପ୍ରଥମେ ଆଳୁ ଖଣ୍ଡକୁ ଏହି ମିଶ୍ରଣରେ ବୁଡାନ୍ତୁ ତାପରେ ଏହାକୁ ଶୁଖିଲା ମଇଦାରେ ଗଡାଇ ତେଲରେ ଛାଣି ନିଅନ୍ତୁ । ଏଗୁଡିକ ଛାଣିବା ସଙ୍ଗେସଙ୍ଗେ ଖାଇବାକୁ ଦିଅନ୍ତୁ ।
Read More କୋଲାମ୍ବି ଭାତ
Tags:


