ପରିବା ପୋଡପିଠା

ଓଡ଼ିଆ ରୁଚି 

ପରିବା ପୋଡପିଠା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିରି ମାଲପୁଆ

ସମ୍ବନ୍ଧିତ ଖବର ମଲାଇ ଗୁଜିଆ

 

ସାମଗ୍ରୀ _ ବିରି ୫୦୦ ଗ୍ରାମ, ଅରୁଆ ଚାଉଳ _ ୫୦୦ ଗ୍ରାମ, ନଡିଆ ୧ଟି, ଗାଜର _ ୨୦୦ ଗ୍ରାମ, ପିଆଜ _ ୫ଟା, କ୍ୟାପସିକମ _ ୫ଟା, ପାନମଧୁରୀ _ ୧ ଚାମଚ, ଚିନି _ ଅଧା କପ, ଆବଶ୍ୟକ ମୁତାବକ ଘିଅ, ଲୁଣ ।

ପ୍ରଣାଳୀ _ ବିରି ଓ ଚାଉଳକୁ ଅଲଗା ଅଲଗା ବତୁରାଇ ବାଟି ନିଅନ୍ତୁ । ନଡିଆକୁ ପାତି କରନ୍ତୁ । ସବୁ ପରିବାକୁ ଛୋଟଛୋଟ କାଟି ଦିଅନ୍ତୁ । ପ୍ରଥମେ କରେଇରେ ଘିଅ ପକାଇ ସେଥିରେ ଚିନି ପକାନ୍ତୁ । ଚିନି ତରଳିଗଲେ ପାନ ମଧୁରୀ ପକାନ୍ତୁ । ପାନ ମଧୁରୀ ଦରଭଜା ହୋଇଗଲେ ସେଥିରେ ସବୁ ପରିବା ଭଲଭାବେ ଧୋଇ ପକାଇ ନିଅନ୍ତୁ । ପରିବା ସିଝିଗଲେ କରେଇରୁ କାଢି ନିଅନ୍ତୁ । ବିରି ଓ ଚାଉଳ ବଟାକୁ ଭଲଭାବରେ ମିଶାଇ ସେଥିରେ ପରିବା ଭଜା ଓ  ନଡିଆ ପାତି ପକାଇ ଗୋଳାଇ ନିଅନ୍ତୁ । ଏହାପରେ କଅଁଳିଆ କଦଳୀ ପତ୍ରରେ ଘିଅ ମାରି ଓଭେନ୍ କିମ୍ବା କରେଇରେ ରଖି ଏହାଉପରେ ପିଠଉକୁ ଦିଅନ୍ତୁ । କମ ଆଞ୍ଚରେ ଏହାକୁ ପୋଡପିଠା ପ୍ରସ୍ତୁତ କରନ୍ତୁ ।

Tags:

Related Posts

ପିଆଜ ଏଣ୍ଡୁରି

ପିଆଜ ଏଣ୍ଡୁରି

ବିରି ମାଲପୁଆ

ବିରି ମାଲପୁଆ

ମଲାଇ ଗୁଜିଆ

ମଲାଇ ଗୁଜିଆ