ପରିବା ପୋଡପିଠା
ଓଡ଼ିଆ ରୁଚି
By: Ipsita
ସମ୍ବନ୍ଧିତ ଖବର ସଜନା ଶାଗ ମୁଗ ନଡିଆ
ସମ୍ବନ୍ଧିତ ଖବର ଘରକୁ ରଖନ୍ତୁ ସୁଖୀ
ସାମଗ୍ରୀ _ ବିରି ୫୦୦ ଗ୍ରାମ, ଅରୁଆ ଚାଉଳ _ ୫୦୦ ଗ୍ରାମ, ନଡିଆ ୧ଟି, ଗାଜର _ ୨୦୦ ଗ୍ରାମ, ପିଆଜ _ ୫ଟା, କ୍ୟାପସିକମ _ ୫ଟା, ପାନମଧୁରୀ _ ୧ ଚାମଚ, ଚିନି _ ଅଧା କପ, ଆବଶ୍ୟକ ମୁତାବକ ଘିଅ, ଲୁଣ ।
ସମ୍ବନ୍ଧିତ ଖବର ମଲାଇ ଲଡ଼ୁ
ପ୍ରଣାଳୀ _ ବିରି ଓ ଚାଉଳକୁ ଅଲଗା ଅଲଗା ବତୁରାଇ ବାଟି ନିଅନ୍ତୁ । ନଡିଆକୁ ପାତି କରନ୍ତୁ । ସବୁ ପରିବାକୁ ଛୋଟଛୋଟ କାଟି ଦିଅନ୍ତୁ । ପ୍ରଥମେ କରେଇରେ ଘିଅ ପକାଇ ସେଥିରେ ଚିନି ପକାନ୍ତୁ । ଚିନି ତରଳିଗଲେ ପାନ ମଧୁରୀ ପକାନ୍ତୁ । ପାନ ମଧୁରୀ ଦରଭଜା ହୋଇଗଲେ ସେଥିରେ ସବୁ ପରିବା ଭଲଭାବେ ଧୋଇ ପକାଇ ନିଅନ୍ତୁ । ପରିବା ସିଝିଗଲେ କରେଇରୁ କାଢି ନିଅନ୍ତୁ । ବିରି ଓ ଚାଉଳ ବଟାକୁ ଭଲଭାବରେ ମିଶାଇ ସେଥିରେ ପରିବା ଭଜା ଓ ନଡିଆ ପାତି ପକାଇ ଗୋଳାଇ ନିଅନ୍ତୁ । ଏହାପରେ କଅଁଳିଆ କଦଳୀ ପତ୍ରରେ ଘିଅ ମାରି ଓଭେନ୍ କିମ୍ବା କରେଇରେ ରଖି ଏହାଉପରେ ପିଠଉକୁ ଦିଅନ୍ତୁ । କମ ଆଞ୍ଚରେ ଏହାକୁ ପୋଡପିଠା ପ୍ରସ୍ତୁତ କରନ୍ତୁ ।
Tags:
Related Posts



