ତ୍ୱଚା ପାଇଁ ଉପକାରୀ ପାଳଙ୍ଗ

ତ୍ୱଚା ପାଇଁ ଉପକାରୀ ପାଳଙ୍ଗ
Ipsita Picture
By: Ipsita


ପାଳଙ୍ଗ ଶାଗର ବ୍ୟବହାର ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଏଥିରେ ଆଇରନ୍‌ର ମାତ୍ରା ଢେର ଅଧିକା ଯାହା ଶରୀର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ । ତେବେ କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ । ଏହାକୁ ଘରୋଇ ଅପଚାର ଭାବେ ତ୍ୱଚାରେ ବ୍ୟବହାର କରାଯାଇଥାଏ ।
୧. ପାଳଙ୍ଗ ଶାଗକୁ ପେଷ୍ଟ କରି ଏହାକୁ ଚ୍ୱଚାରେ ଲଗାନ୍ତୁ । ଏହାକୁ ଲଗାଇବା ପରେ ୧୦ ରୁ ୧୫ ମିନିଟ୍‌ ରଖନ୍ତୁ । ଏହାପରେ ଏହି ପେଷ୍ଟକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏପରି କରିବା ଦ୍ୱାରା ମୁହଁ ଫ୍ରେସ ଦେଖାଯାଇଥାଏ ।
୨. ପାଳଙ୍ଗ, ଅଲିଭ ତେଲ, ଲେମ୍ବୁ ରସ, ମହୁକୁ ମିଶାଇ ପେଷc ତିଆରି କରନ୍ତୁ ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ । ମିଶ୍ରଣ ଶୁଖିଲା ପରେ ଧୋଇ ନିଅନ୍ତୁ । ଏପରି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ ।
୩. ସେହିଭଳି ପାଳଙ୍ଗକୁ ପ୍ରଥମେ ବାଟି ନିଅନ୍ତୁ ପରେ ଏଥିରେ ଦୁଇ ଚାରି ବୁନ୍ଦା ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇବା ଫଳରେ ମୁହଁରୁ କଳାଦାଗ ଦୂର ହୋଇଥାଏ ।

Read More ସୁଆଁ ଉପମା

Tags:

Related Posts