ପକୁଡି ତରକାରୀ
ସାମଗ୍ରୀ – ବେସନ, ଭୂସଙ୍ଗପତ୍ର, ଆଳୁ, ଟମାଟୋ, ପିଆଜ, ଅଦା ରସୁଣ ପେଷ୍ଟ, ଜୁଆଣି,କଳାଜିରା, ଆମ୍ବ କଷିଆ ଅଦା, ଲୁଣ, ଖାଇବା ସୋଡା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଗୋଟା ଗରମ ମସଲା । ପ୍ରଣାଳୀ – ପ୍ରଥମେ ବେସନରେ ଭୃସଙ୍ଗ ପତ୍ର, କଳାଜିରା, ଜୁଆଣି, ଆମ୍ବ କଷିଆ ଅଦା, ପିଆଜ, ଛୋଟଛୋଟ କଟା ଆଳୁ, ଲୁଣ ଦେଇ ପକୁଡି ଛାଣିବା ପାଇଁ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରୁ ଟିକେ ବଡବଡ ଆକାରର […]
ସାମଗ୍ରୀ – ବେସନ, ଭୂସଙ୍ଗପତ୍ର, ଆଳୁ, ଟମାଟୋ, ପିଆଜ, ଅଦା ରସୁଣ ପେଷ୍ଟ, ଜୁଆଣି,କଳାଜିରା, ଆମ୍ବ କଷିଆ ଅଦା, ଲୁଣ, ଖାଇବା ସୋଡା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଗୋଟା ଗରମ ମସଲା ।
ପ୍ରଣାଳୀ – ପ୍ରଥମେ ବେସନରେ ଭୃସଙ୍ଗ ପତ୍ର, କଳାଜିରା, ଜୁଆଣି, ଆମ୍ବ କଷିଆ ଅଦା, ପିଆଜ, ଛୋଟଛୋଟ କଟା ଆଳୁ, ଲୁଣ ଦେଇ ପକୁଡି ଛାଣିବା ପାଇଁ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରୁ ଟିକେ ବଡବଡ ଆକାରର ପକୁଡି ଛାଣି ରଖନ୍ତୁ । ଏହାପରେ ଆଳୁକୁ ବଡ ବଡ ଖଣ୍ଡ କରି କାଟି ଭାଜି ନିଅନ୍ତୁ । ଏହାପରେ ଗୋଟିଏ ପ୍ୟାନରେ ତେଲ ଗରମ କରି ସେଥିରେ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ପିଆଜ ପକାଇ କିଛି ସମୟ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଏଥିରେ ଅଦାରସୁଣ ପେଷ୍ଟ ଓ ଟମାଟୋ ବଟା ଦିଅନ୍ତୁ । ଅଳ୍ପ ସମୟ କସି ହେବା ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ମସଲାରୁ ତେଲ ଛାଡିବା ପରେ ଏଥିରେ ଆଳୁ ପକାଇ ଅଳ୍ପ କଷନ୍ତୁ । ଆଳୁ ଭଲକରି ସିଝିବା ପରେ ଏଥିରେ ପକୁଡି ପକାଇ ଗୋଳାଇ ଦିଅନ୍ତୁ । ଅଳ୍ପ ପାଣି ଦେଇ କିଛି ସମୟ ଫୁଟାଇ ନିଅନ୍ତୁ । ଅଳ୍ପ ଝୋଳ ରଖି ଗ୍ୟାସ ବନ୍ଦ କରି ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ପକୁଡି ତରକାରୀ ।




