ଟ୍ରକ୍ ଆର୍ଟ କରି ଚର୍ଚ୍ଚାରେ ପାକ୍ କଳାକାର
ଜାତୀୟ ରାଜପଥରେ ଚାଲୁଥିବା ରଙ୍ଗବେରଙ୍ଗର ଫୁଲ, ପଶୁପକ୍ଷୀ, ବୃକ୍ଷଲତାର ଚିତ୍ରରେ ସଜ୍ଜିତ ଟ୍ରକକୁ ଆପଣ ନିଶ୍ଚିତ ଭାବେ ଦେଖିଥିବେ । ଖାସ୍ କରି ଭାରତ ଏବଂ ପଡ଼ୋଶୀ ଦେଶରେ କଳାକାରମାନେ ନିଜ କଳାକୁ ଏପରି ଭାବେ ପ୍ରଦର୍ଶିତ କରିଥାନ୍ତି ଯେ ରାସ୍ତାରେ ଚାଲୁଥିବା ପ୍ରତିଟି ବ୍ୟକ୍ତି ଟ୍ରକ ଉପରୁ ନଜର ହଟାଇପାରନ୍ତି ନାହିଁ । ଟ୍ରକ୍ରେ ହୋଇଥିବା କଳାକୃତି ଯଦି ଜୋତାରେ ଦେଖନ୍ତି, ତେବେ ସେହି ଜୋତାକୁ ଆପଣ ନପିନ୍ଧି ଘରେ ସଜେଇକି ରଖିବାକୁ ପସନ୍ଦ କରିବେ […]
ଜାତୀୟ ରାଜପଥରେ ଚାଲୁଥିବା ରଙ୍ଗବେରଙ୍ଗର ଫୁଲ, ପଶୁପକ୍ଷୀ, ବୃକ୍ଷଲତାର ଚିତ୍ରରେ ସଜ୍ଜିତ ଟ୍ରକକୁ ଆପଣ ନିଶ୍ଚିତ ଭାବେ ଦେଖିଥିବେ । ଖାସ୍ କରି ଭାରତ ଏବଂ ପଡ଼ୋଶୀ ଦେଶରେ କଳାକାରମାନେ ନିଜ କଳାକୁ ଏପରି ଭାବେ ପ୍ରଦର୍ଶିତ କରିଥାନ୍ତି ଯେ ରାସ୍ତାରେ ଚାଲୁଥିବା ପ୍ରତିଟି ବ୍ୟକ୍ତି ଟ୍ରକ ଉପରୁ ନଜର ହଟାଇପାରନ୍ତି ନାହିଁ ।

ଟ୍ରକ୍ରେ ହୋଇଥିବା କଳାକୃତି ଯଦି ଜୋତାରେ ଦେଖନ୍ତି, ତେବେ ସେହି ଜୋତାକୁ ଆପଣ ନପିନ୍ଧି ଘରେ ସଜେଇକି ରଖିବାକୁ ପସନ୍ଦ କରିବେ । ତେବେ ଏପରି କଳାକୃତି କରି ପ୍ରସିଦ୍ଧି ଲାଭ କରିଥିବା ଜଣେ କଳାକାର ହେଉଛନ୍ତି ହାଇଦର ଅଲ୍ଲୀ । ୪୧ ବର୍ଷୀୟ ହାଇଦର ଆମ ପଡ଼ୋଶୀ ଦେଶ ପାକିସ୍ତାନ କରାଚୀର ବାସିନ୍ଦା । ସେ କେବଳ ଜୋତାରେ ନୁହେଁ ବିଭିନ୍ନ ଜିନିଷ ଉପରେ ଟ୍ରକ୍ କଳାକୃତି କରିଥାନ୍ତି, ଯାହାକୁ ଦେଖି ଲୋକମାନେ ଆଚମ୍ବିତ ହୋଇଥାନ୍ତି ।

ପାକିସ୍ତାନୀ କଳାକାର ହାଇଦର ଅଲ୍ଲୀ ନିଜ କଳା ଦ୍ୱାରା ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ସେ ଆଖି ଲାଗିଲା ପରି ଏକରୁ ଅଧିକ ରଙ୍ଗୀନ ଜୋତା ଡିଜାଇନ କରିଛନ୍ତି, ଯାହାକୁ ଦେଖି ଆପଣଙ୍କୁ ଜୋତା ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ । ସୋସିଆଲ ମିଡିଆରେ ନାଇକ୍ ସ୍ନିକର୍ସ ଉପରେ ଟ୍ରକ୍ ଆର୍ଟର ଚିତ୍ର ଏବେ ଭାଇରାଲ ହେବାରେ ଲାଗିଛି ।

ହାଇଦର ଅଲ୍ଲୀଙ୍କୁ ତାଙ୍କ କଳା ପାଇଁ କେବଳ ପାକିସ୍ତାନରେ ନୁହେଁ ବରଂ ବିଦେଶୀରୁ ମଧ୍ୟ ଅର୍ଡର ଆସୁଛି । ଏକ ମିଡିଆକୁ ସାକ୍ଷାତକାର ଦେଇ ହାଇଦର କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ୨୦୦୨ ମସିହାରେ ଆମେରିକାରେ ତାଙ୍କର ଟ୍ରକ୍ କଳା ଦକ୍ଷତା ପ୍ରଦର୍ଶନ କରିଥିଲେ, ଲୋକମାନେ ଏହାକୁ ଯାଦୁକର ବୋଲି କହିଥିଲେ ।

ଏହାସହ ଗାଡ଼ିକୁ ଆଲାଦିନର ମ୍ୟାଜିକାଲ କାର୍ପେଟ ଭାବେ ବିବେଚିତ କରିଥିଲେ । ଅଲ୍ଲୀଙ୍କ ଅନୁଯାୟୀ ପାକିସ୍ତାନକୁ ପ୍ରତିନିଧିତ୍ୱ କରି ସେ ବିଦେଶରେ ଅନେକ କର୍ମଶାଳା ଏବଂ ସଂଗ୍ରହାଳୟରେ ଚିତ୍ର ଆଙ୍କିଛନ୍ତି । ସେ ଜୋତା ବ୍ୟତୀତ ସ୍କୁଲ, କାର, ଗାଡ଼ି ଏବଂ ହେଲିକାପଫରରେ ସୁନ୍ଦର ଟ୍ରକ ଆର୍ଟ କରିଛନ୍ତି ।




