ଅକ୍ସିଡାଇଜ୍ଡ ଜୁଏଲାରୀ

ଅକ୍ସିଡାଇଜ୍ଡ ଜୁଏଲାରୀ
Ipsita Picture
By: Ipsita
Published On

 

ଆଜିକାଲି ଫ୍ୟାଶନ୍ ଦୁନିଆରେ ଯଦି କୌଣସି ଗହଣାର ସବୁଠାରୁ ଅଧିକ କ୍ରେଜ୍ ଅଛି, ତେବେ ତାହା ହେଉଛି ଅକ୍ସିଡାଇଜ୍ଡ ଜୁଏଲାରୀ । ଏହାର 'ସିଲ୍ଭର ବ୍ଲାକ୍' ଫିନିସିଂ ଏହାକୁ ଅନ୍ୟ ଗହଣାଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ଆକର୍ଷଣୀୟ କରିଥାଏ। ଚାଲନ୍ତୁ ଜାଣିବା ଏହି ଟ୍ରେଣ୍ଡି ଗହଣା ବିଷୟରେ କିଛି ସ୍ବତନ୍ତ୍ର କଥା ।

ଚୋକର

ଭାରି କାମ ଥିବା ନେକ୍ଲେସ୍ ହେଉ କିମ୍ବା ବେକକୁ ଲାଗି ରହୁଥିବା ଚୋକର ଅକ୍ସିଡାଇଜ୍ଡ ଜୁଏଲରୀରେ ଏହାର ଚାହିଦା ଖୁବ ଅଧିକ । ଏହା ଶାଢ଼ୀ କିମ୍ବା କୁର୍ତ୍ତି ସହିତ ଏକ ଉନ୍ନତ 'ଏଥନିକ୍' ଲୁକ୍ ଦେଇଥାଏ । ସେହିଭଳି  ଯୁବପିଢିଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି ।

ଝୁମକା

ଛୋଟ ଷ୍ଟଡ୍ଠାରୁ ଆରମ୍ଭ କରି ବଡ଼ ବଡ଼ ଅକ୍ସିଡାଇଜ୍ଡ ଝୁମକା ପର୍ଯ୍ୟନ୍ତ, ଏସବୁ ସବୁବେଳେ ଟ୍ରେଣ୍ଡରେ ଥାଏ । ଏହା କେବଳ ପାରମ୍ପରିକ ପୋଷାକ ନୁହେଁ, ବରଂ ଜିନ୍ସ ଏବଂ ଟପ୍ ସହିତ ମଧ୍ୟ ଖୁବ୍ ମାନିଥାଏ। କଲେଜ ଗୋଇଁ ଯୁବତୀଙ୍କ ଠାରୁ ଆରମ୍ଭ କରି ଅଫିସ୍ ଯାଉଥିବା ମହିଳା ସମସ୍ତଙ୍କର ଏହା ପ୍ରଥମ ପସନ୍ଦ ହୋଇଥାଏ । ଏହାର ବିଭିନ୍ନ ଡିଜାଇନ ରହିଥାଏ ଯାହା ଖୁବ ସୁନ୍ଦର ହୋଇଥାଏ ।

ନୋଜ୍ ପିନ୍

ଏବେକାର ଝିଅମାନଙ୍କ ମଧ୍ୟରେ ଅକ୍ସିଡାଇଜ୍ଡ ନୋଜ୍ ପିନ୍ର ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳୁଛି। ଏହା ଆପଣଙ୍କ ମୁହଁକୁ ଏକ ୟୁନିକ ଲୁକ ପ୍ରଦାନ କରିଥାଏ, ଯାହାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।

ଚୁଡ଼ି ଏବଂ ବ୍ରେସଲେଟ୍

ହାତରେ ପିନ୍ଧିବା ପାଇଁ ମୋଟା କଡ଼ା କିମ୍ବା ପତଳା ଅକ୍ସିଡାଇଜ୍ଡ ଚୁଡ଼ି ଆପଣଙ୍କ ଷ୍ଟାଇଲ୍କୁ ସମ୍ପୂର୍ଣ୍ଣ କରିଥାଏ । ଏଗୁଡିକ ପାରମ୍ପରିକ ବେଶଭୂଷାକୁ ଖୁବ ମାନିଥାଏ । ଶାଢୀ କିମ୍ବା ସାଲୱାର ସୁଟ ସହିତ ଏହା ଖୁବ ମ୍ୟାଚ ହୋଇଥାଏ ।

ପାଉଁଜି

ଅକ୍ସିଡାଇଜ୍ଡ ପାଉଁଜି ପାଦର ସୁନ୍ଦରତାକୁ ଦ୍ୱିଗୁଣିତ କରିଦିଏ । ଏହାର  କଳା ରଙ୍ଗର ଫିନିସିଂ ଖୁବ୍ ସୁନ୍ଦର ଲାଗେ। ଏହା ପାଦକୁ ଏକ ୟୁନିକ ସହିତ ପାରମ୍ପରିକ ଲୁକ ପ୍ରଦାନ କରିଥାଏ ।

Tags: