ଛତୁ ଅମୃତଭଣ୍ଡା ଚଟପଟି

ଓଡିଆ ରୁଚି

ଛତୁ ଅମୃତଭଣ୍ଡା ଚଟପଟି
Ipsita Picture
By: Ipsita
Published On

 

 

ସାମଗ୍ରୀ _  ଅମୃତ ଭଣ୍ଡା, ଛତୁ, ଆଳୁ, କ୍ୟାପସିକମ, ପିଆଜ, ରସୁଣ, ଟମାଟୋ, ଫୁଟଣ, ଆବଶ୍ୟକ ଗୁଣ୍ଡ ମସଲା ଯଥା ହଳଦୀ,ଲୁଣ, ଲଙ୍କା ଗୁଣ୍ଡ ଓ ମିଟ ମସଲା ।

ପ୍ରଣାଳୀ _ ପ୍ରଥମେ ଆଳୁ, ଅମୃତଭଣ୍ଡା, ଛତୁ ଓ କ୍ୟାପସିକମକୁ ଛୋଟଛୋଟ କରି କାଟି ନିଅନ୍ତୁ । କରେଇରେ ତେଲରେ ଫୁଟଣା ଭୂସଙ୍ଗପତ୍ର ପକାନ୍ତୁ । ଏହାପରେ ଏଥିରେ ପିଆଜ କଟା ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ଏଥିରେ ରସୁଣ ଛେଚା ପକାନ୍ତୁ । ଅଳ୍ପ ସମୟରେ ଏଥିରେ ସମସ୍ତ ଗୁଣ୍ଡ ମସଲା ଓ ଟମାଟୋକୁ ପକାଇ କିଛି ସମୟ ଭାଜନ୍ତୁ । କିଛି ସମୟ ଭାଜିହେବା ପରେ ଏଥିରେ ସମସ୍ତ ପରିବା ପକାନ୍ତୁୁ ଏବଂ କସନ୍ତୁ । ଅଳ୍ପ ପାଣି ମଧ୍ୟ ଦେଇ ପାରିବେ । ପରିବା ସିଝିବା ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଛତୁ ଅମୃତଭଣ୍ଡା ଚଟପଟି ।

Tags: