ମାଛ ନଡିଆ
ଓଡିଆ ରୁଚି
ସାମଗ୍ରୀ _ ପେଟି ମାଛ, ନଡିଆ ରସ, ଭୁସଙ୍ଗ ପତ୍ର, କଟା ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ତେଲ ।
ପ୍ରଣାଳୀ _ ପ୍ରଥମେ ମାଛକୁ ଭଲକରି ଧୋଇ ନିଅନ୍ତୁ ଏବଂ ଲୁଣ ହଳଦୀ ଗୋଳାଇ ନିଅନ୍ତୁ । କରେଇରେ ତେଲ ଗରମ କରି ମାଛକୁ ପକାନ୍ତୁ । ମାଛ ଅଳ୍ପ ହାଲୁକା ଭାଜି ହେବାପରେ ଏହାକୁ ଓଲଟାଇ ନିଅନ୍ତୁ । ବର୍ତ୍ତମାନ ଏଥିରେ ଅଧିକ ମାତ୍ରାରେ କଟା ପିଆଜ ଓ ଭୁସଙ୍ଗ ପତ୍ର କଟା ପକାନ୍ତୁ । ହାଲୁକା ଲୁଣ ମଧ୍ୟ ପକାନ୍ତୁ, କିନ୍ତୁ ଏହାକୁ ଗୋଳାନ୍ତୁ ନାହିଁ । ସେହିଭଳି ମାଛ ଉପରେ ପଡିବାକୁ ଦିଅନ୍ତୁ । ଏହାପରେ ନଡିଆ ରସରେ ସମସ୍ତ ଗୁଣ୍ଡ ମସଲା ଗୋଳାଇ ଏହି ନଡିଆ ରସକୁ ମାଛରେ ଦିଅନ୍ତୁ । ଏହାପରେ ଘୋଡାଇ ନେଇ ଅଳ୍ପ ଆଞ୍ଚରେ ମାଛ ସିଝିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ହାଲୁକା ଗୋଳାଇ ନିଅନ୍ତୁ ପ୍ରସ୍ତୁତ ହୋଇଯିବ ମାଛ ନଡିଆ । ଏହା ଖୁବ ସ୍ବାଦିଷ୍ଟ ହୋଇଥାଏ ।
Tags:



