ଚୁଡା ଘଷା
By: Ipsita
ସମ୍ବନ୍ଧିତ ଖବର ଦୂର କରନ୍ତୁ ରୂପି ସମସ୍ୟା
ସମ୍ବନ୍ଧିତ ଖବର ଲବଙ୍ଗ ଲତା
ସାମଗ୍ରୀ _ ଚୁଡା ଗୁଣ୍ଡ, ଗୁଡ, ନଡିଆ କୋରା, ଗୋଲ ମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, କିସମିସ, ଘିଅ ।
ସମ୍ବନ୍ଧିତ ଖବର ଘରେ ରଖନ୍ତୁ ଶାନ୍ତ ମୂର୍ତ୍ତି
ପ୍ରଣାଳୀ _ ଏକ ତାଟ କିମ୍ବା ବଡ ଖୋଲା ପାତ୍ରରେ ଗୁଣ୍ଡ ଚୁଡା ନିଅନ୍ତୁ । ସବୁବେଳେ ଚୁଡାର ପରିମାଣ ଅଧିକ ରହିବ, ଗୁଡ ଓ ନଡିଆର ପରିମାଣ କମ ରହିବ । ଏଥିର ନଡିଆ କୋରା ଓ ଗୁଡ ମିଶାଇ ଭଲକରି ଘସନ୍ତୁ । ଏହାକୁ ନଡିଆ ଷଢେଇ ସାହାଯ୍ୟରେ ଘସନ୍ତୁ ଯେପରି ଚୁଡାରେ ଗୁଡ ଓ ନଡିଆ ମିଶିଯିବ ଭଲ ଭାବେ । ମଝିରେ ଏଥିରେ ଅଳ୍ପଅଳ୍ପ ଘିଅ ଦେଇ ପାରିବେ । ଶେଷରେ ଏଥିରେ ଗୋଲ ମରିଚ ଗୁଣ୍ଡ, କିସମିସ, ଗୁଜୁରାତି ଗୁଣ୍ଡ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚୁଡା ଘଷା । ଏହାକୁ ଚିନିରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଚିନି ଓ ନଡିଆକୁ ଭଲକରି ମିଶା ଯିବା ପରେ ଏଥିରେ ଚୁଡା ପକାଇ ଘଷା ଯାଇଥାଏ । ଏବଂ ଶେଷରେ ଅନ୍ୟ ସାମଗ୍ରୀ ମିଶାଯାଇ ପ୍ରସ୍ତୁତ ହୋଇଥାଏ ଚିନି ଚୁଡା ଘଷା ।
Tags:
Related Posts



