ଆମିଷ ନଡିଆ କେକ
ଓଡିଆ ରୁଚି
By: Ipsita
ସାମଗ୍ରୀ - ମଇଦା ୧କପ, ଅଣ୍ଡା ୨ଟି, ଚିନି ଅଧାକପ, କ୍ଷୀର ଅଧାକପ, ରିଫାଇନ ତେଲ ଅଧାକପ, ବେକିଂ ପାଉଡର ୧ ଚାମଚ, ଭାନିଲା ଏସେନ୍ସ ୧ ଚାମଚ, ଲୁଣ, ନଡିଆ କୋରା ୨କପ ।
ପ୍ରଣାଳୀ - ମଇଦା ସହିତ ବେକିଂ ପାଉଡରକୁ ଭଲଭାବରେ ମିଶାନ୍ତୁ । ନଡିଆ କୋରାରେ ଦୁଇଟି ଅଣ୍ଡା ଭାଙ୍ଗି ଭଲକରି ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ତେଲ, କ୍ଷୀର, ଏସେନ୍ସ, ଲୁଣ, ଚିନି ମିଶାଇ ଫେଣ୍ଟନ୍ତୁ । ଶେଷରେ ମିଶ୍ରଣରେ ମଇଦା ପକାଇ ଫେଣ୍ଟନ୍ତୁ । ଏହାପରେ ଓଭେନ୍ରେ ଘିଅ ମାରି ମିଶ୍ରଣକୁ ଢାଳନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆମିଷ ନଡିଆ କେକ ।
ସମ୍ବନ୍ଧିତ ଖବର ପିଆଜ ଏଣ୍ଡୁରି
Tags: testy food
Related Posts



