ନୋ ମୋବାଇଲ୍‌ ଫୋନ୍‌ ଫୋବିଆ

ନୋ ମୋବାଇଲ୍‌ ଫୋନ୍‌ ଫୋବିଆ ଅର୍ଥ ହେଉଛି, ମୋବାଇଲ୍‌ ଫୋନ୍‌ ପାଖରେ ନରହିବାର ଭୟ । ବର୍ତ୍ତମାନ ଆମର ସମସ୍ତ କାର୍ଯ୍ୟ ପାଇଁ ମୋବାଇଲ୍‌ ଫୋନ୍‌ର ଆବଶ୍ୟକତା ପଡୁଛି । ଏଭଳିକି ଛୋଟ ପିଲା ହେଲେ ମଧ୍ୟ ମୋବାଇଲ୍‌ ଫୋନ୍‌ ନ ଦେଖିଲେ ଖାଇବା ଖାଉନାହାନ୍ତି । ତେବେ ମୋବାଇଲ ପ୍ରତି ଏତେ ମାତ୍ରାରେ ଦୁର୍ବଳତା ଏକ ରୋଗକୁ ଜନ୍ମ ମଧ୍ୟ ଦେଇଛି, ଡାକ୍ତରୀ ଭାଷାରେ ଏହାର ନାମ ନୋ ମୋବାଇଲ୍‌ ଫୋନ୍‌ ଫୋବିଆ । ଏହାର […]

Samaya Live Picture
Published On

ନୋ ମୋବାଇଲ୍‌ ଫୋନ୍‌ ଫୋବିଆ ଅର୍ଥ ହେଉଛି, ମୋବାଇଲ୍‌ ଫୋନ୍‌ ପାଖରେ ନରହିବାର ଭୟ । ବର୍ତ୍ତମାନ ଆମର ସମସ୍ତ କାର୍ଯ୍ୟ ପାଇଁ ମୋବାଇଲ୍‌ ଫୋନ୍‌ର ଆବଶ୍ୟକତା ପଡୁଛି । ଏଭଳିକି ଛୋଟ ପିଲା ହେଲେ ମଧ୍ୟ ମୋବାଇଲ୍‌ ଫୋନ୍‌ ନ ଦେଖିଲେ ଖାଇବା ଖାଉନାହାନ୍ତି । ତେବେ ମୋବାଇଲ ପ୍ରତି ଏତେ ମାତ୍ରାରେ ଦୁର୍ବଳତା ଏକ ରୋଗକୁ ଜନ୍ମ ମଧ୍ୟ ଦେଇଛି, ଡାକ୍ତରୀ ଭାଷାରେ ଏହାର ନାମ ନୋ ମୋବାଇଲ୍‌ ଫୋନ୍‌ ଫୋବିଆ । ଏହାର ଅର୍ଥ ହେଲା ଏଥିରେ ପୀଡିତ ରୋଗୀ ନିଜ ମୋବାଇଲ ଠାରୁ ଦୂରରେ ରହିବାକୁ ଡରିଥାଆନ୍ତି । ଏହି ରୋଗର ଲକ୍ଷଣ ଭାବେ ଆଙ୍ଗ୍‌ଜାଇଟି, ଶ୍ୱାସକ୍ରିୟାରେ ଅସୁବିଧା, ଝାଳ ବାହାରିବା, ଚିନ୍ତାରେ ପଡିଯିବା, ଅନ୍ୟ କାମରେ ମନ ନଲାଗିବା । ସେହିଭଳି ବହୁ ସମୟ ଧରି ମୋବାଇଲ୍‌ ଠାରୁ ଦୂରରେ ରହିବା ଫଳରେ ସେମାନେ ଚିଡ୍‌ଚିଡା ହେବାରେ ଲାଗିଥାଆନ୍ତି । ଯାହାର ପ୍ରଭାବ ସେମାନଙ୍କ ଆଖପାଖରେ ମଧ୍ୟ ପଡିଥାଏ । ଆଖାପାଖ ମାହୋଲ ଖରାପ ହୋଇଯାଇଥାଏ । ବେଳେବେଳେ ସେମାନଙ୍କ ଗୁଣ ଖୁବ ବଦଳିଯାଇଥାଏ,କୌଣସି କଥାରେ ମନ ଲଗାଗିବା, କୌଣସି କଥା ନ ଶୁଣିବା ଆଦି ଗୁଣ ଦେଖିବାକୁ ମିଳିଥାଏ । ଏହି ରୋଗର ଚିକିତ୍ସା ମଧ୍ୟ ରହିଛି । ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କିଛି ଦିନର ଚିକିତ୍ସା ପରେ ଏହି ରୋଗକୁ ଭଲ କରିହେବ । ଏହାକୁ ଠିକ୍‌ କରିବା ପାଇଁ ବିଭିନ୍ନ ପ୍ରକାରର ଥେରାପିର ବ୍ୟବସ୍ଥା ରହିଛି, ଯାହାକୁ ବ୍ୟବହାର କରି ଏହାର ଚିକିତ୍ସା କରାଯାଇଥାଏ ।

Tags: