ନିମ ଫୁଲ ବରା
ଓଡିଆ ରୁଚି
ସାମଗ୍ରୀ
ନିମ ଫୁଲ, ଚାଉଳ ଚୁନା, ବେସନ, ପିଆଜ, କଞ୍ଚା ଲଙ୍କା, ଅଦା-ରସୁଣ ଛେଚା, ହଳଦୀ ଗୁଣ୍ଡ, ଲୁଣ ।
ପ୍ରସ୍ତୁତି
ପ୍ରଥମେ ନିମ ଫୁଲରୁ କାଠି ଏବଂ ପତ୍ର ବାଛି ସଫା କରି ଦିଅନ୍ତୁ । ଏହାକୁ ପାଣିରେ ଧୋଇ ଛାଣି ରଖନ୍ତୁ ଯେପରି ସବୁ ପାଣି ବାହାରିଯିବ । ଏହାପରେ ଏକ ପାତ୍ରରେ ନିମ ଫୁଲ, କଟା ପିଆଜ, କଞ୍ଚା ଲଙ୍କା, ଅଦାରସୁଣ ଛେଚା, ହଳଦୀ ଏବଂ ଲୁଣ ପକାନ୍ତୁ । ଏବେ ଏଥିରେ ଚାଉଳ ବଟା ଏବଂ ବେସନ ମିଶାନ୍ତୁ । ଏହାପରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ଗୋଳାନ୍ତୁ । ମନେରଖନ୍ତୁ, ମିଶ୍ରଣଟି ଯେପରି ବହଳିଆ ରହିବ, ଯାହାଦ୍ୱାରା ବରା ଗଢ଼ିବା ସହଜ ହେବ । ଗ୍ୟାସ୍ରେ ଏକ ତାୱା ବା କଡ଼େଇ ବସାଇ ତେଲ ଗରମ କରନ୍ତୁ । ହାତରେ ଅଳ୍ପ ମିଶ୍ରଣ ନେଇ ଛୋଟ ଛୋଟ ବରା ଆକାରରେ ଗଢ଼ି ତାୱା ଉପରେ ରଖନ୍ତୁ । ଧୀମା ଆଞ୍ଚରେ ବରାକୁ ଦୁଇ ପାଖ ଲାଲ୍ ଏବଂ କୁଡ଼ୁକୁଡ଼ିଆ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଯିବ ନିମ ଫୁଲ ବରା, ଏହାକୁ ଏହି ସମୟରେ ଖାଇବା ଉପକାରୀ ହୋଇଥାଏ ।
Tags:



