ମଟନ୍‌ କଟଲେଟ୍‌

ମଟନ୍‌ କଟଲେଟ୍‌
Ipsita Picture
By: Ipsita
Published On


ସାମଗ୍ରୀ - ୨୦୦ ଗ୍ରାମ ଗ୍ରେଟ୍‌ ମଟନ୍‌,ଛୋଟ କଟାହୋଇଥିବା ପିଆଜ ଏକଟା, ସିଝା ଆଳୁ ୨ଟି, ଏକ କପ୍‌ କର୍ଣ୍ଣଫ୍ଲୋର, ଏକ ଚାମଚ ଭିନେଗାର, ୨ଟି କଞ୍ଚଲଙ୍କା କଟାହୋଇଥିବା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ଲଙ୍କା ଗୁଣ୍ଡ, କଟା ହୋଇଥିବା ଧନିଆ ପତ୍ର, ଅଧା ଚାମଚ ଚାଟ ମସଲା ।
ପ୍ରଣାଳୀ - ମିଡିଅମ୍‌ ଆଞ୍ଚରେ ପ୍ୟାନ୍‌ ବସାଇ ତେଲ ପକାଇ ପିଆଜ ଭାଜନ୍ତୁ । ଅଳ୍ପ ସମୟ ଭାଜିବା ପରେ ଏଥିରେ ଗ୍ରେଟ୍‌ ହୋଇଥିବା ମଟନ ପକାନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ଅଦା ରସୁଣ ପେଷ୍ଟ ଓ କଞ୍ଚାଲଙ୍କା ପକାଇ ଭାଜନ୍ତୁ । ଏହାପରେ ଏଥିରେ ଲଙ୍କାଗୁଣ୍ଡ, ଚାଟ ମସଲା, ଲୁଣ ଓ ଗରମ ମସଲା ପକାଇ ଖୁବ୍‌ କମ ଆଞ୍ଚରେ ରାନ୍ଧନ୍ତୁ । ପରେ ଧନିଆ ଓ ଅଧା କପ୍‌ ପାଣି ଦେଇ ୧୦ ମିନିଟ୍‌ ପାଇଁ ଘୋଡାଇ ରାନ୍ଧନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପାଇଁ ଛାଡନ୍ତୁ । ସିଝା ଆଳୁ ସହ ଏହି ମିଶ୍ରଣକୁ ମିଶାଇ କିମା ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ କିମାକୁ କର୍ଣ୍ଣଫ୍ଲୋର ଓ ଅଳ୍ପ ଲୁଣ ଓ ପାଣି ପକାଇ ଅଟା ଭଳି ଚକଟି ନିଅନ୍ତୁ । ତାପରେ ଏହାକୁ ଛୋଟଛୋଟ ଖଣ୍ଡରେ କାଟି କଟଲେଟ୍‌ ଆକାର ଦିଅନ୍ତୁ । ଏହାକୁ ଛାଣି ନିଅନ୍ତୁ, ଏବେ ପ୍ରସ୍ତୁତ ହୋଇଗଲା ମଟନ କଟଲେଟ୍‌ ।

Tags: