ଛତୁ ଅଣ୍ଡା ଫ୍ରାଏ

ଛତୁ ଅଣ୍ଡା ଫ୍ରାଏ
Ipsita Picture
By: Ipsita


ସାମଗ୍ରୀ - ବଟନ ମସରୁମ, ବଟର, ଅଣ୍ଡା, ଗୋଲ ମରିଚ ଗୁଣ୍ଡ, ପିଆଜ ଛୋଟଛୋଟ କଟା, ରସୁଣ ଓ ଅଦା ଛୋଟ କଟା, ସୋୟା ସସ୍‌, ଟମାଟ ପେଷ୍ଟ, ଧନିଆ ପତ୍ର କଟା ।
ପ୍ରଣାଳୀ - ପ୍ରଥମେ ପ୍ୟାନରେ ବଟର ପକାଇ ରସୁଣକୁ ପକାନ୍ତୁ । ରସୁଣ ଭଲକରି ଭାଜି ହେବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ କଟା ଅଦା ପକାଇ ଭାଜନ୍ତୁ । ଅଳ୍ପ ଭାଜିବା ପରେ ଏଥିରେ ଛତୁକୁ ପକାନ୍ତୁ । ଛତୁ ସହିତ ଏଥିରେ ସୋୟା ସସ୍‌ ଓ ଟମାଟ ପେଷ୍ଟ ଦେଇ ଦିଅନ୍ତୁ । ବର୍ତ୍ତମାନ ଆବଶ୍ୟକ ମୁତାବକ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ । ଛତୁ ଭାଜିହେବା ପରେ ଶେଷରେ ଏଥିରେ ଅଣ୍ଡା ପକାଇ ମିଶାଇ ନିଅନ୍ତୁ । ଭଲ କରି ଗୋଳାଇ ଭାଜି ଦିଅନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଛତୁ ଅଣ୍ଡା ଫ୍ରାଏ ।

Read More କୋଲାମ୍ବି ଭାତ

Tags: