ମଲ୍ଟିକଲର ଫ୍ୟାଶନ
କଲରକୁ ସମସ୍ତେ ଭଲପାଆନ୍ତି, ବିଶେଷଭାବେ ଫ୍ୟାଶନରେ କଲରର ମହତ୍ତ୍ୱ ବେଶି ଅଧିକ । ବର୍ତ୍ତମାନ ମଲଫିକଲର ଡ୍ରେସର ଅଧିକ କ୍ରେଜ ଦେଖିବାକୁ ମିଳୁଛି । ବିଶେଷକରି ଯୁବପିଢିଙ୍କ ନିକଟରେ ଏହାର କ୍ରେଜ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସେହିଭଳି କିଛି ମଲଫିକଲର ସଜେସନ ବିଷୟରେ ଭି ନେକ୍ ଡ୍ରେସ- ଏହି ତାଲିକାର ସବୁଠାରୁ ଉପରେ ରହିଛି ମଲଫି କଲରର ଭି ନେକ୍ ଡ୍ରେସ । ଏହା ଲମ୍ବା ଗାଉନ ହୋଇଥିବାରୁ ହାଇଟ୍ ଥିବା ମହିଳାଙ୍କୁ ଖୁବ […]
କଲରକୁ ସମସ୍ତେ ଭଲପାଆନ୍ତି, ବିଶେଷଭାବେ ଫ୍ୟାଶନରେ କଲରର ମହତ୍ତ୍ୱ ବେଶି ଅଧିକ । ବର୍ତ୍ତମାନ ମଲଫିକଲର ଡ୍ରେସର ଅଧିକ କ୍ରେଜ ଦେଖିବାକୁ ମିଳୁଛି । ବିଶେଷକରି ଯୁବପିଢିଙ୍କ ନିକଟରେ ଏହାର କ୍ରେଜ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସେହିଭଳି କିଛି ମଲଫିକଲର ସଜେସନ ବିଷୟରେ
ଭି ନେକ୍ ଡ୍ରେସ- ଏହି ତାଲିକାର ସବୁଠାରୁ ଉପରେ ରହିଛି ମଲଫି କଲରର ଭି ନେକ୍ ଡ୍ରେସ । ଏହା ଲମ୍ବା ଗାଉନ ହୋଇଥିବାରୁ ହାଇଟ୍ ଥିବା ମହିଳାଙ୍କୁ ଖୁବ ମାନିଥାଏ । ଏଥିରେ ସବୁ କଲର ମିକ୍ସ ହୋଇ ରହିଥାଏ, ଯାହା ଏହାକୁ ଏକ ୟୁନିକ୍ ଲୁକ ପ୍ରଦାନ କରିଥାଏ । ଏହାର ନେକ୍ ଡିଜାଇନ୍ ମଧ୍ୟ ଖୁବ ସ୍ୱତନ୍ତ୍ର ହୋଇଥାଏ ।
ଷ୍ଟ୍ରିପ୍ ମ୍ୟାକ୍ସି ଡ୍ରେସ
ଏହା ମଧ୍ୟ ମହିଳାଙ୍କ ତାଲିକାରେ ଆଗରେ ରହିଥାଏ । ଯେଉଁମାନଙ୍କ କଲର ପସନ୍ଦ ସେମାନଙ୍କ ପାଇଁ ଏହା ବେଷ୍ଟ ଅପସନ୍ । ଏହାର ଲୁକ ବେଶ୍ ୟୁନିକ ହୋଇଥାଏ । ଏହା ଯେ କୌଣସି ହାଇଟ୍ର ଲୋକ ପିନ୍ଧି ପାରିବେ, ଏହା ଆପଣଙ୍କୁ ଏକ ଡିଫରେଣ୍ଟ ଲୁକ୍ ପ୍ରଦାନ କରିବ ।
ନଟ୍ ଡିଟେଲ୍ ଡ୍ରେସ୍
ଏହାର କଲର ପ୍ୟାଟନ ଏହାକୁ ଖୁବ ସୁନ୍ଦର କରିଥାଏ । ଏହାର ବେକ ଡିଜାଇନ୍ ସହିତ କଲର ବ୍ଲକ ଗୁଡିକ ଖୁପ ସୁନ୍ଦରଭାବେ ପେୟାର ହୋଇଥାଏ । ଏଥିରେ ଆପଣ ଖୁବ ୟୁନିକ୍ କଲର କଣ୍ଟ୍ରାଷ୍ଟ ପାଇବେ ଯାହା ସମସ୍ତଙ୍କ ପସନ୍ଦ ଆସିଥାଏ ।
ମିଡି ଡ୍ରେସ୍
ଏହି ମଲଫିକଲର ମିିଡି ଡ୍ରେସକୁ ଆପଣ କାଜୁଆଲ ପାର୍ଟି ଫଙ୍କସନ୍ରେ ପିନ୍ଧିପାରିବେ । ଏହା ମିଡିଲ୍ ଏଜ୍ ମହିଳାଙ୍କ ପାଇଁ ଫ୍ୟାଶନରେ ବେଷ୍ଟ ଅପସନ୍ ହୋଇଥାଏ । ଏଥିରେ ଥିବା ବେଲଫ ଏହାକୁ ସବୁଠାରୁ ହଟକେ ଲୁକ୍ ପ୍ରଦାନ କରିଥାଏ ।
ୱାର୍ପ ଡ୍ରେସ୍
ଏହାର ନାଁ ଭଳି ଏହା ଖୁବ ମ୍ୟାନେଜ୍ବଲ୍ । ଏହି ଡ୍ରେସର ଫ୍ଲୋରାଲ ପ୍ରିଣ୍ଟ ମଧ୍ୟ ମିଳିଥାଏ, ଯାହା ଏହାକୁ ଟିକେ ଡିଫରେଣ୍ଟ ଲୁକ ଦେଇଥାଏ । ଏହାକୁ ଯେ କୌଣସି ବର୍ଗର ମହିଳା ପିନ୍ଧିପାରିବେ । ମଲଫି କଲର ସହିତ ଫ୍ଲୋରାଲ ପ୍ରିଣ୍ଟ୍ ଏହାକୁ ୟୁନିକ୍ କରିଥାଏ ।




