ମୁଢିଘାଣ୍ଟ

ଓଡିଆ ରୁଚି

ମୁଢିଘାଣ୍ଟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଜଖିଆ

ସମ୍ବନ୍ଧିତ ଖବର ପସନ୍ଦର ସ୍ନିକର

 

ସାମଗ୍ରୀ :

ସମ୍ବନ୍ଧିତ ଖବର ଉଷୁନା ଚାଉଳ ଚକୁଳି

ମାଛ ମୁଣ୍ଡ, ମାଛ କଣ୍ଟା ନଥିବା ପିସ, ବୁଟ ଡାଲି, ଆଳୁ, କଖାରୁ, ବାଇଗଣ, ପିଆଜ କଟା, ଅଦା-ରସୁଣ ବଟା , ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ତେଜପତ୍ର, ଜିରା, ଶୁଖିଲା ଲଙ୍କା, ସୋରିଷ ତେଲ, ଲୁଣ (ସ୍ୱାଦ ଅନୁସାରେ) ଏବଂ ଧନିଆ ପତ୍ର ।

 ପ୍ରଣାଳୀ:

ପ୍ରଥମେ ମାଛ ମୁଣ୍ଡ ଓ ମାଛରେ ଲୁଣ ଓ ହଳଦୀ ଗୋଳାଇ ତେଲରେ ଭଲ ଭାବେ ଭାଜି ଦିଅନ୍ତୁ । ଭାଜିଲା ବେଳେ ଏହାକୁ ଟିକେ ଖଣ୍ଡ ଖଣ୍ଡ କରି ଦିଅନ୍ତୁ । ଅନ୍ୟପଟେ ବୁଟ ଡାଲି ଓ କଟା ପରିବା ଗୁଡ଼ିକୁ ସାମାନ୍ୟ ଲୁଣ ଓ ହଳଦୀ ଦେଇ ପ୍ରେସର କୁକରରେ ୧-୨ଟି ସିଟି ଦେଇ ସିଝାଇ ଦିଅନ୍ତୁ (ଧ୍ୟାନ ରଖିବେ ଯେପରି ପରିବା ଓ ଡାଲି ବେଶୀ ସିଝି ନଯାଏ)ଅନ୍ୟପଟେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଜିରା, ତେଜପତ୍ର ଏବଂ ଶୁଖିଲା ଲଙ୍କା ଫୁଟାନ୍ତୁ । ଏବେ କଟା ପିଆଜ ପକାଇ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ । ଏହାପରେ ଅଦା-ରସୁଣ ବଟା ପକାଇ ତାର କଞ୍ଚା ବାସ୍ନା ଯିବା ଯାଏ କସନ୍ତୁ । ଏହାପରେ ଏଥିରେ କଟା ଟମାଟୋ ଏବଂ ସବୁ ଗୁଣ୍ଡ ମସଲା (ହଳଦୀ, ଲଙ୍କା, ଜିରା ଓ ଧନିଆ ଗୁଣ୍ଡ) ପକାଇ ସାମାନ୍ୟ ପାଣି ଦେଇ ଭଲ ଭାବେ କସନ୍ତୁ । ମସଲା ଭଲ ଭାବେ ହୋଇଗଲେ, ସେଥିରେ ଭଜା ହୋଇଥିବା ମାଛ ମୁଣ୍ଡ ଖଣ୍ଡ ଗୁଡ଼ିକୁ ପକାଇ ମିଶାଇ ଦିଅନ୍ତୁ। ଅଳ୍ପ ସମୟ ଭାଜିବା ପରେ ଏଥିରେ ସିଝା ହୋଇଥିବା ଡାଲି ଓ ପରିବାକୁ ଢାଳି ଦିଅନ୍ତୁ । ଆବଶ୍ୟକ ଅନୁସାରେ ସାମାନ୍ୟ ପାଣି ଦେଇ ଏହାକୁ ୫-୭ ମିନିଟ୍ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଶେଷରେ ଉପରେ ଗରମ ମସଲା ଗୁଣ୍ଡ ଏବଂ କଟା ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ ପ୍ରସ୍ତୁତ ହୋଇଗଲା ଓଡ଼ିଆଙ୍କ ପସନ୍ଦର ମୁଢିଘାଣ୍ଟ ।

Tags:

Related Posts

ହସ୍ତତନ୍ତ

ହସ୍ତତନ୍ତ

ପିଠା ମୁଣି 

ପିଠା ମୁଣି 

ପସନ୍ଦର ସ୍ନିକର

ପସନ୍ଦର ସ୍ନିକର

ଜଖିଆ

ଜଖିଆ