ମନସୁନ୍ ଡାଏଟ୍ ଉପାୟ
ମୌସୁମୀ ଆସିଲେ ଘରେ ଘରେ ସମସ୍ତଙ୍କୁ ରୋଗ ମାଡ଼ିବସିଥାଏ । ଥଣ୍ଡା, କାଶ କିମ୍ବା ଜ୍ୱରରେ ସମସ୍ତେ ସଂକ୍ରମିତ ହୋଇଥାନ୍ତି । କିଛି ଘରୋଇ ଉପଚାର ସହ ଖାଦ୍ୟପେୟରେ ସତର୍କତା ଅବଲମ୍ବନ କଲେ ଶରୀରକୁ ସଂକ୍ରମିତ ହେବାରୁ ବଞ୍ଚାଇପାରିବେ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି- ସଂକ୍ରମଣକୁ ରୋକିବା ପାଇଁ ସର୍ବପ୍ରଥମେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ସବୁଠୁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ରୋଗପ୍ରତିରୋଧକ ଶରୀରକୁ ଠିକ୍ କରିବା ସହ ଜୀବାଣୁ କିମ୍ବା ଭୂତାଣୁ ସହ […]
ମୌସୁମୀ ଆସିଲେ ଘରେ ଘରେ ସମସ୍ତଙ୍କୁ ରୋଗ ମାଡ଼ିବସିଥାଏ । ଥଣ୍ଡା, କାଶ କିମ୍ବା ଜ୍ୱରରେ ସମସ୍ତେ ସଂକ୍ରମିତ ହୋଇଥାନ୍ତି । କିଛି ଘରୋଇ ଉପଚାର ସହ ଖାଦ୍ୟପେୟରେ ସତର୍କତା ଅବଲମ୍ବନ କଲେ ଶରୀରକୁ ସଂକ୍ରମିତ ହେବାରୁ ବଞ୍ଚାଇପାରିବେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି-

ସଂକ୍ରମଣକୁ ରୋକିବା ପାଇଁ ସର୍ବପ୍ରଥମେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ସବୁଠୁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ରୋଗପ୍ରତିରୋଧକ ଶରୀରକୁ ଠିକ୍ କରିବା ସହ ଜୀବାଣୁ କିମ୍ବା ଭୂତାଣୁ ସହ ଲଢ଼ିବାକୁ ସାହାଯ୍ୟ କରେ । ସବୁଜ ପନିପରିବା ଏବଂ ସୁପ୍ ଖାଇବା ଦ୍ୱାରା ଇମୁ୍ୟନିଟି ବଢ଼ିଥାଏ ।
ସଂକ୍ରମଣରୁ ଦୂରେଇ ରୁହନ୍ତୁ-

ଏହି ସିଜିନରେ ସଂକ୍ରମଣରୁ ବଞ୍ଚିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ଶରୀରକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ । ଦେହ ଅସୁସ୍ଥ ଲାଗିଲେ ତୁରନ୍ତ ହସ୍ପିଟାଲ ଯାଇ ଚିକିତ୍ସା କରନ୍ତୁ । ମନସୁନ୍ ସିଜିନରେ ଫୁଟା ପାଣି ପିଇବା ଉଚିତ୍ । ଏହା ବ୍ୟତୀତ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି କେବଳ ରନ୍ଧାଖାଦ୍ୟ ଖାଆନ୍ତୁ । ଯେତେସମ୍ଭବ କଞ୍ଚା ଖାଦ୍ୟ ସାମଗ୍ରୀରୁ ଦୂରେଇ ରୁହନ୍ତୁ ।
ଶରୀରକୁ ହାଇଡ୍ରେଟ୍ ରଖନ୍ତୁ –

ମୌସୁମୀ ଆସିଲେ ପ୍ରତିଦିନ ବର୍ଷା ହୋଇଥାଏ ଏବଂ ଆଦ୍ରତା ବଢ଼ିଯାଏ । ହେଲେ ଶରୀର ଶୁଷ୍କ ରହିଲେ ବିଭିନ୍ନ ରୋଗ ଗ୍ରାସ କରିଥାଏ । ତେଣୁ ନିୟମିତ ବ୍ୟବଧାନରେ ପାଣି ପିଇବା ଉଚିତ୍ । ଏହାସହ ଜାମୁ କୋଳି, ସେଓ, ଡାଳିମ୍ବ, ଚେରି ଏବଂ କମଳା ପରି ଫଳ ଖାଇଲେ ଶରୀରର ଜଳୀୟଅଂଶ କମିନଥାଏ । ଜୁସ୍, ଗ୍ରୀନ ଟି ଏବଂ ସୁପ୍ ପିଇବା ମଧ୍ୟ ଭଲ ।
ହଜମ ଶକ୍ତି ବଢ଼ାନ୍ତୁ-

ଫଳ ପନିପରିବା ଶରୀରର ଶକ୍ତିକୁ ବଜାୟ ରଖିବା ସହ ମନସୁନ୍ ସମୟରେ ସୁସ୍ଥ ହଜମ ଶକ୍ତିକୁ ସୁଦୃଢ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ ଏବଂ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ । ଯେତେ ସମ୍ଭବ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ ।
ତୁଳସୀ ସେବନ-

ବର୍ଷାଦିନେ ଗରମ ଚା ପିଇବା ସମସ୍ତଙ୍କ ପସନ୍ଦ । ହେଲେ ଚାରେ ତୁଳସୀ ପତ୍ର ପକାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତୁଳସୀରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ବହୁ ରୋଗରୁ ମୁକ୍ତି ଦେଇଥାଏ ।
ତ୍ୱଚାର ଯତ୍ନ-

ବ୍ୟାକେଫରିଆ ସମ୍ବନ୍ଧୀୟ ତ୍ୱଚା ରୋଗରୁ ବଞ୍ଚିବା ପାଇଁ ସବୁବେଳେ ସଫାସୁତୁରା ରହିବାକୁ ଚେଷ୍ଟା କରନ୍ତୁ । ବର୍ଷାରେ ଓଦା ହୋଇଆସିଲେ ତୁରନ୍ତ ଗାଧାନ୍ତୁ । ସବୁବେଳେ ମୁହଁରେ ହାତ ମାରନ୍ତୁ ନାହିଁ । ସୂର୍ଯ୍ୟମୁଖୀ ମଞ୍ଜି ଏବଂ କଖାରୁ ମଞ୍ଜି ଖାଇଲେ ଭିଟାମିନ୍ ଇ ମିଳିଥାଏ ଏବଂ ତ୍ୱଚାରେ ଚମକ ଫେରିଥାଏ ।




