ସୌନ୍ଦର୍ଯ୍ୟରେ ପୋଦିନା

ସର୍ବଦା ତ୍ୱଚ୍ଚାପାଇଁ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରଦ ହୋଇଥାଏ । ଏହା ସହ ଏହି ଘରୋଇ ଉପଚାର ଯଦି ନିଜ ବାଡି ବଗିଚାରେ ଥିବା ଗଛ ପତ୍ରରୁ ହୁଏ ତାହାହେଲେ ଆହୁରି ହିତ କାରକ । ସମସସ୍ତଙ୍କ ବାଡିରେ ପୋଦିନା ଗଛ ରହିଥାଏ । ପୁଦିନା ପତ୍ରର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ସମସ୍ତ ଖାଦ୍ୟରେ ବ୍ୟବହାର କରନ୍ତି । ଏହାସହ ଏହାର ସ୍ୱାଦ ପାଇଁ ମଧ୍ୟ ସମସ୍ତେ ଏହାକୁ ବ୍ୟବହାର କରନ୍ତି । ତେବେ […]

Samaya Live Picture
Published On

ସର୍ବଦା ତ୍ୱଚ୍ଚାପାଇଁ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରଦ ହୋଇଥାଏ । ଏହା ସହ ଏହି ଘରୋଇ ଉପଚାର ଯଦି ନିଜ ବାଡି ବଗିଚାରେ ଥିବା ଗଛ ପତ୍ରରୁ ହୁଏ ତାହାହେଲେ ଆହୁରି ହିତ କାରକ । ସମସସ୍ତଙ୍କ ବାଡିରେ ପୋଦିନା ଗଛ ରହିଥାଏ । ପୁଦିନା ପତ୍ରର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ସମସ୍ତ ଖାଦ୍ୟରେ ବ୍ୟବହାର କରନ୍ତି । ଏହାସହ ଏହାର ସ୍ୱାଦ ପାଇଁ ମଧ୍ୟ ସମସ୍ତେ ଏହାକୁ ବ୍ୟବହାର କରନ୍ତି । ତେବେ ଆସନ୍ତୁ ଜାଣିବା ପୁଦିନାର ତ୍ୱଚ୍ଚାପାଇଁ ଉପକାର
୧. ମୁହଁରେ ଦେଖାଯାଉଥିବା ବ୍ଲାକ୍‌ହେଡ ଦୂର କରିବା ପାଇଁ ପୋଦିନା ବେଶ୍‌ ଉପକାରୀ । କିଛି ପୋଦିନା ପତ୍ରକୁ ଅଳ୍ପ ପାଣିରେ ଫୁଟାନ୍ତୁ । ଏହାପରେ ପତ୍ରକୁ ଛାଣି ଭଲଭାବେ ବାଟି ଦିଅନ୍ତୁ । ଏଥିରେ ସ୍ୱଳ୍ପ ପରିମାଣର ହଳଦୀ ମିଶାଇ ମୁହଁରେ ଲଗାନ୍ତୁ । ବ୍ଲାକହେଡ୍‌ ହୋଇଥିବା ସ୍ଥାନରେ ଅଳ୍ପ ସମୟ ପାଇଁ ରଗଡନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
୨. ପୋଦିନା ପତ୍ରକୁ ବାଟି ଆପଣ ଫେସ୍‌ ପ୍ୟାକ ଭାବେ ମଧ୍ୟ ଲଗାଇପାରିବେ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି ଯାହା ବ୍ରଣ କଳାଦାଗ ପାଇଁ ବହୁତ ଭଲ ।
୩. ସେହିଭଳି ଆଣ୍ଟି ରିଙ୍କଲ ଭାବେ ପୋଦିନା ବେଶ ଭଲ କାମ କରିଥାଏ ।

Tags: