ମେଥି ମଟର ପନିର

ମେଥି ମଟର ପନିର

ସାମଗ୍ରୀ: ୨୫୦ ପନିର୍‌, ଏକ କପ୍‌ ମେଥି, ଏକ କପ୍‌ ମଟର, ୪ଟି ପିଆଜ କଟା, ୩ଟି ଟମାଟୋ, ୨ଟି କଞ୍ଚା ଲଙ୍କା, ଏକ ଚାମଚ ଗରମ ମସଲା, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ପରିମାଣ ଧନିଆ ପତ୍ର ।
ପ୍ରଣାଳୀ : ପ୍ରଥମେ ମିଡିଅମ୍‌ ଆଞ୍ଚରେ ପ୍ୟାନ୍‌ରେ ତେଲ ପକାଇ ଗରମ ପାଇଁ ରଖନ୍ତୁ । ଏଥିରେ ପନିରକୁ ହାଲୁକା ଗୋଲେïନ୍‌ ହେବା ଯାଏଁ ଭାଜି କାଢି ନିଅନ୍ତୁ । ସେହି ବଳକା ତେଲରେ ପିଆଜ ଓ କଞ୍ଚାଲଙ୍କା ଭାଜନ୍ତୁ । କିଛି ସମୟ ପରେ ଏଥିରେ ଗରମ ମସଲା, ମେଥି ପତ୍ର, ମଟର ପକାଇ ଅଳ୍ପ ସମୟ ଭାଜନ୍ତୁ । ଏହାପରେ ଲଙ୍କାଗୁଣ୍ଡ, ଲୁଣ ପକାନ୍ତୁ । ଏହାକୁ ତେଲ ଛାଡିବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଯେତିକି ଦରକାର ସେତିକି ପାଣି ଦେଇ ଅଳ୍ପ ସମୟ ରାନ୍ଧନ୍ତୁ । କିଛି ସମୟ ପରେ ଏଥିରେ ପନିର ପକାନ୍ତୁ । ପାଞ୍ଚମିନିଟ୍‌ ପରେ ଧନିଆ ପତ୍ର ପକାଇ ଆଞ୍ଚ ବନ୍ଦ କରିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ପନିର ମେଥି ମଟର ତରକାରୀ ।

Read More ଶୀତଦିନେ ଉପକାରୀ ହେଙ୍ଗୁ

Tags:

Related Posts