ମାଂସ ରୋଲ
ସାମଗ୍ରୀ _ ମଇଦା, ହାଡ ନଥିବା ମାଂସ, ଟମାଟୋ, ପିଆଜ, ଅଦା, କଞ୍ଚା ଲଙ୍କା ରସୁଣ, ଗରମ ମସଲା, ତେଲ, ଲୁଣ, ହଳଦୀ ଗୁଣ୍ଡ, ଧନିଆ ପତ୍ର ।
ପ୍ରଣାଳୀ _ ପ୍ରଥମେ ମାଂସକୁ ଲୁଣ ହଳଦୀ ଦେଇ ସିଝାଇ ନିଅନ୍ତୁ । ପିଆଜ ଅଦା,ରସୁଣ, କଞ୍ଚା ଲଙ୍କାକୁ ବାଟି ନିଅନ୍ତୁ । କରେଇରେ ତେଲ ଗରମ କରି ଏଥିରେ ଏହି ବଟା ମସଲାକୁ ପକାନ୍ତୁ । ଏହାପରେ ଏହି ମସଲାକେ ମାଂସ ପକାଇ କଡା କରି ଭାଜନ୍ତୁ । ଭଜା ହୋଇଆସିଲେ ଏଥିରେ କଟା ପିଆଜ, ଟମାଟୋ, ଧନିଆ ପତ୍ର ଗୋଳାଇ ନିଅନ୍ତୁ । ଏହାପରରେ ମଇଦାରୁ ରୁଟି ବେଲି ଅଳ୍ପ ତେଲ ଦେଇ ସେକନ୍ତୁ । ଏହି ରୁଟିରେ ମାଂସ ପୁର ଦେଇ ପ୍ରସ୍ତୁତ କରନ୍ତୁ ମାଂସ ରୋଲ । ଏହା ଖୁବ ସ୍ବାଦିଷ୍ଟ ହୋଇଥାଏ ।
Tags:




