ଉଚ୍ଚତା ଲାଗି କୋଟପତି

ସମସ୍ତେ ଚାହାନ୍ତି ଡେଙ୍ଗା ଓ ସ୍ମାର୍ଟ ଦେଖାଯିବାକୁ । କିନ୍ତୁ ଅଧିକ ଲମ୍ବା ହେବା ବହୁ ସମୟରେ ଲୋକଙ୍କ ଲାଗି ସମସ୍ୟାର କାରଣ ପାଲଟିଯାଏ । ଯଦି ଜଣେ ସାଧାରଣ ଲୋକ ଅଧିକ ଡେଙ୍ଗା ହୋଇଯାଏ ତେବେ ଲୋକମାନେ ତାର ପ୍ରଶଂସା କରିବା ପରିବର୍ତ୍ତେ ତାକୁ ଚିଡାଇ ଥାନ୍ତି । ଏପରି ସ୍ଥିତିରେ ଅଧିକ ଡେଙ୍ଗା ବ୍ୟକ୍ତି ନିଜ ଉଚ୍ଚତାକୁ ନେଇ ଅସୁରକ୍ଷିତ ମନେ କରିଥାଏ । ଆମେରିକାର ଜଣେ ମହିଳାଙ୍କ ସହ ମଧ୍ୟ ଏପରି କିଛି […]

Samaya Live Picture
Published On

ସମସ୍ତେ ଚାହାନ୍ତି ଡେଙ୍ଗା ଓ ସ୍ମାର୍ଟ ଦେଖାଯିବାକୁ । କିନ୍ତୁ ଅଧିକ ଲମ୍ବା ହେବା ବହୁ ସମୟରେ ଲୋକଙ୍କ ଲାଗି ସମସ୍ୟାର କାରଣ ପାଲଟିଯାଏ । ଯଦି ଜଣେ ସାଧାରଣ ଲୋକ ଅଧିକ ଡେଙ୍ଗା ହୋଇଯାଏ ତେବେ ଲୋକମାନେ ତାର ପ୍ରଶଂସା କରିବା ପରିବର୍ତ୍ତେ ତାକୁ ଚିଡାଇ ଥାନ୍ତି । ଏପରି ସ୍ଥିତିରେ ଅଧିକ ଡେଙ୍ଗା ବ୍ୟକ୍ତି ନିଜ ଉଚ୍ଚତାକୁ ନେଇ ଅସୁରକ୍ଷିତ ମନେ କରିଥାଏ । ଆମେରିକାର ଜଣେ ମହିଳାଙ୍କ ସହ ମଧ୍ୟ ଏପରି କିଛି ଘଟିଛି ।
marie temara Billionaire for her height

ନିଜର ଅତ୍ୟଧିକ ଉଚ୍ଚତା ଯୋଗୁ ଦିନେ ସମସ୍ୟାରେ ପଡିଥିବା ଏହି ମହିଳା ଏବେ କିନ୍ତୁ ନିଜ ଅସ୍ୱଭାବିକ ଉଚ୍ଚତା କାରଣରୁ କୋଟିପତି ପାଲଟି ଯାଇଛନ୍ତି । ଡେଲି ଷ୍ଟାର ନ୍ୟୁଜ୍‌ େୱବସାଇଟ୍‌ ଅନୁସାରେ ଆମେରିକା ମିଆମୀରେ ରହୁଥିବା ୨୭ ବର୍ଷୀୟା ମେରୀ ତେମେରା ସବସ୍କ୍ରିପସନ୍‌ ସାଇଟ୍‌ ଓନ୍‌ଲି ଫ୍ୟାନ୍ସରେ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ସେ ନିଜ ଉଚ୍ଚତା କାରଣରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

marie temara Billionaire for her height

ତାଙ୍କ ଉଚ୍ଚତା ୬ ଫୁଟ ୨ ଇଞ୍ଚ ଓ ତାଙ୍କ ଗୋଡ ୪ ଫୁଟ ୫ ଇଞ୍ଚ । ଲୋକଙ୍କୁ ତାଙ୍କ ଲମ୍ବା ଗୋଡ ଦେଖିବାକୁ ବେଶୀ ପସନ୍ଦ ଆସୁଛି । ଅଧିକ ଉଚ୍ଚତା କାରଣରୁ ସେ ପ୍ରତି ମାସରେ ଏକ କୋଟିରୁ ଅଧିକ ଆୟ କରୁଛନ୍ତି । ଛୋଟ ବେଳୁ ମେରୀ ନିଜ ଉଚ୍ଚତା କାରଣରୁ ପରିହାସର ଶିକାର ହୋଇଛନ୍ତି । ତାଙ୍କୁ ସମସ୍ତେ ଜିଆଣ୍ଟ ବୋଲି ଚିଡାଉଥିଲେ ।

marie temara Billionaire for her height

ଏକଦା ସେ ସର୍ଜରୀ କରି ନିଜ ଉଚ୍ଚତା କମାଇବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯେବେଠାରୁ ସେ ଓନଲି ଫ୍ୟାନ୍ସ ଓ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଫଟୋ ପୋଷ୍ଟ କରିବା ଆରମ୍ଭ କଲେ ତାଙ୍କୁ ଲୋକମାନଙ୍କ ଠାରୁ ବହୁତ ଭଲ ପାଇବା ମିଳିଲା ।