ମନସୁନ ମେକଅପ

ବର୍ଷାଦିନେ ମେକଅପ୍‌କୁ ନେଇ ସମସ୍ତେ ଦ୍ୱନ୍ଦରେ ରହିଥାଆନ୍ତି । ମନସୁନ୍‌ରେ ମେକଅପ ଧୋଇହେବାର ଡର ଥାଏ । ଏହାସହ ଗୁଳଗୁଳି କାରଣରୁ ମଧ୍ୟ ଝାଳରେ ମେକଅପ ନଷ୍ଟ ହେବାର ଆଶଙ୍କା ଥାଏ । ତେବେ ଆସନ୍ତୁ ଜାଣିବା କିଛି ମନସୁନ୍‌ ମେକଅପ ସମ୍ପର୍କରେ । ପ୍ରାଇମର ଏହି ଦିନେ ମେକଅପର ଆରମ୍ଭ ଏକ ଓ୍ୱାଟର ପ୍ରୁଫ୍‌ ପ୍ରାଇମରରୁ ଆରମ୍ଭ କରନ୍ତୁ । ଏହା ଆପଣଙ୍କ ମୁହଁରେ ଝାଳ ଓ ତେଲିଆ ଅଂଶକୁ ନିୟନ୍ତ୍ରଣ କରିଥାଏ । ଏହା […]

ମନସୁନ ମେକଅପ
Samaya Live Picture
Published On

ବର୍ଷାଦିନେ ମେକଅପ୍‌କୁ ନେଇ ସମସ୍ତେ ଦ୍ୱନ୍ଦରେ ରହିଥାଆନ୍ତି । ମନସୁନ୍‌ରେ ମେକଅପ ଧୋଇହେବାର ଡର ଥାଏ । ଏହାସହ ଗୁଳଗୁଳି କାରଣରୁ ମଧ୍ୟ ଝାଳରେ ମେକଅପ ନଷ୍ଟ ହେବାର ଆଶଙ୍କା ଥାଏ । ତେବେ ଆସନ୍ତୁ ଜାଣିବା କିଛି ମନସୁନ୍‌ ମେକଅପ ସମ୍ପର୍କରେ ।

ପ୍ରାଇମର
ଏହି ଦିନେ ମେକଅପର ଆରମ୍ଭ ଏକ ଓ୍ୱାଟର ପ୍ରୁଫ୍‌ ପ୍ରାଇମରରୁ ଆରମ୍ଭ କରନ୍ତୁ । ଏହା ଆପଣଙ୍କ ମୁହଁରେ ଝାଳ ଓ ତେଲିଆ ଅଂଶକୁ ନିୟନ୍ତ୍ରଣ କରିଥାଏ । ଏହା ଏକ ଭଲ ମେକଅପ ବେସ୍‌ ପ୍ରଦାନ କରିଥାଏ । ଏହାପରେ ସନ୍‌ସ୍କ୍ରିନ୍‌ ଲଗାନ୍ତୁ । ବର୍ଷାଦିନ ହେଲେ ବି ସନ୍‌ସ୍କ୍ରିନ ଲଗାଇବାକୁ ଭୁଲନ୍ତୁ ନାହିଁ ।

ବିବି କ୍ରିମ
ଏହାପରେ ଲାଇଟ୍‌େଓ୍ୱଟ୍‌ ବିବି କ୍ରିମ୍‌ କିମ୍ବା ଫାଉଣ୍ଡେସନ ଲଗାନ୍ତୁ । ଯାହାଫଳରେ ଆପଣଙ୍କ ଲୁକ୍‌ ଲାଇଟ୍‌ ରହିବ । ଯେତେ ଲାଇଟ୍‌ ରହିବ ସେତେ ଗ୍ଲୋ କରିବ ।

କ୍ରିମ୍‌ ବ୍ଲସ – ଏହାପରେ କ୍ରିମ୍‌ ବେସ୍‌ ଥିବା ବ୍ଲସ୍‌ ଲଗାନ୍ତୁ । ପାଉଡର ବେସ୍‌ ଠାରୁ ଏହା ବେଶି ଭଲ ହୋଇଥାଏ । ଏହା ହିମୁଡିଟିରେ ଭଲ ଲାଷ୍ଟିଂ କରିଥାଏ ।

ସେଟିଂ ପାଉଡର – ଏହାପରେ ମୁହଁରେ ସେଟିଂ ପାଉଡର ଲଗାନ୍ତୁ । ବିଶେଷଭାବେ ମୁହଁର ଟି ଜୋନରେ ପାଉଡର ଲଗାନ୍ତୁ । ଯାହାଫଳରେ ବେସ୍‌ରେ ସାଇନିଂ କରିବ ।

ଆଖି – ଏହିଦିନେ ଆଖିରେ ସବୁବେଳେ ଓ୍ୱାଟରପ୍ରୁଫ୍‌ ମସ୍କାରା, ଲାଇନର ଲଗାନ୍ତୁ । ଯାହାଫଳରେ ଝାଳ କିମ୍ବା ବର୍ଷା ପାଣିରେ ଏହା ନଷ୍ଟ ହେବାର ସମ୍ଭାବନା କମିଥାଏ । ସେହିଭଳି ଆଇସାଡୋ ମିନିମାଲ ରଖନ୍ତୁ । ଅଧିକ ଡାର୍କ ଲଗାନ୍ତୁ ନାହିଁ ।

ଓଠ – ଓଠରେ ଲିପ୍‌ଷ୍ଟିକ୍‌ ମଧ୍ୟ ଲଙ୍ଗଲାଷ୍ଟିଂ ଲଗାନ୍ତୁ । ମ୍ୟାଟ୍‌ ଲିପଷ୍ଟିକ ଏଥିପାଇଁ ଭଲ ବିକଳ୍ପ ହେବ । ସେହିଭଳି ଲିପ୍‌ଷ୍ଟିକ ଲଗାଇବା ସମୟରେ ଲିପ୍‌ ଲାଇନରର ବ୍ୟବହାର କରନ୍ତୁ, ଯାହା ଫଳରେ ଲିପ୍‌ଷ୍ଟିକ ନଷ୍ଟ ହେବାର ଭୟ କମିବ ।

ସେଟିଂ ସ୍ପ୍ରେ – ସେଟିଂ ସ୍ପ୍ରେ ସବୁବେଳେ ମେକଅପକୁ ଲକ୍‌ କରିବାକୁ ବ୍ୟବହାର ହୋଇଥାଏ । ଏହିଦିନେ ଓ୍ୱାଟରଫ୍ରୁଫ୍‌ ସେଟିଂ ସ୍ପ୍ରେ ବ୍ୟହାର କରନ୍ତୁ, ଯାହା ଫଳରେ ଆପଣଙ୍କର ମେକଅପ ଲଙ୍ଗଲାଷ୍ଟିଂ ହେବ । ସେହିଭଳି ସେଟିଂ ସ୍ପ୍ରେ ଲଗାଇବାକୁ କେବେ ବି ଭୁଲନ୍ତୁ ନାହିଁ ।