ମଲାଇ ଲଡ଼ୁ
ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ ।
ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କରନ୍ତୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶାନ୍ତୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ । ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍ ବନ୍ଦ କରନ୍ତୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅନ୍ତୁ । ଭିନେଗାର ଖଟା ଓ ଏହାର ବାସ୍ନା ଛେନାରେ ନରହିବା ପାଇଁ ଛେନାକୁ ଆଉ ଥରେ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ । ପାଣି ନିଗିଡ଼ି ଗଲେ ଛେନାକୁ ଚିକ୍କଣ କରି ଚକଟି ଦିଅନ୍ତୁ । ଏହାପରେ ଆଉ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କରି ଭଲଭାବେ ଫୁଟାନ୍ତୁ । ଏହା ଅଧାରୁ ଅଧିକ କମି ମଲାଇ ପରି ବହଳିଆ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ । ଏବେ ସେଥିରେ ଚିନି ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଏହାପରେ ସେଥିରେ ଚକଟା ଛେନା ଓ ଗୁଜରାତି ଗୁଣ୍ଡ ପକାଇ ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗ୍ୟାସ୍ ବନ୍ଦ କରି ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହାପରେ ହାତରେ ଏହାକୁ ଲଡ଼ୁର ଆକୃତି ଦିଅନ୍ତୁ । ଲଡ଼ୁକୁ ସଜାଇବା ପାଇଁ ଉପରେ ଡ୍ରାଏଫ୍ରୁଟ୍ କିମ୍ବା କେଶର ବ୍ୟବହାର କରିପାରନ୍ତି ।
Related Posts



