ମେକ୍ଅପ୍ ଟ୍ରିକ
ମୁହଁ ବ୍ୟକ୍ତିତ୍ୱର ଦର୍ପଣ । ଏହା ମନର ଭାବ ପରିପ୍ରକାଶ କରେ । ତେବେ ମୁହଁକୁ ସଜାଇବା ପାଇଁ ସମସ୍ତେ ଅନେକ ପ୍ରକାରର ଟ୍ରିକ ଆପଣାଇଥାଆନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରିକ ବିଷୟରେ ଯାହାକୁ ଆପଣାଇ ନିଜକୁ ଆପଣ ସଜାଇ ପାରିବେ ।
ମୁହଁ :
ପ୍ରଥମେ ମୁହଁକୁ ସଜାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ । ତୁଳାରେ କିଛି କ୍ଲିନ୍ଜିଙ୍ଗ୍ ମିଲ୍ମ ନେଇ ମୁହଁ ସଫା କରି ଦିଅନ୍ତୁ । ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଥାଏ ତା'ହେଲେ ଆପଣ ଆଣ୍ଟି ବ୍ୟାକେଫରିଆଲ୍ ସାବୁନ୍ ବ୍ୟବହାର କରନ୍ତୁ । ଏହାପରେ ଆପଣ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ଓ ଏକ ପରିଷ୍କାର ଟାେଓ୍ୱଲ ସାହାଯ୍ୟରେ ମୁହଁ ପୋଛି ହୁଅନ୍ତୁ । ମୁହଁକୁ ଭଲ ଭାବେ ଶୁଖାଇ ତୁଳାରେ କିଛି ଟୋନ୍ର ନେଇ ମୁହଁରେ ଲଗାଇ ଦିଅନ୍ତୁ । ଏବେ ମଶ୍ଚରାଇଜର୍ ଲଗାଇ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ମସାଜ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଏହାକୁ ଆଖି ଠାରୁ ଦୂରରେ ରଖିବେ । ମସାଜ୍ କରିସାରିବା ପରେ ୧୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ, ଯେପରି ମଶ୍ଚରାଇଜର ଆପଣଙ୍କ ମୁହଁରେ ଠିକ୍ ଭାବେ ଲାଗିଯିବ । ଆପଣଙ୍କ ଚର୍ମର ରଙ୍ଗ ଅନୁସାରେ ଏବେ ଫାଉଣ୍ଡେସନ ଲଗାନ୍ତୁ । ଫାଉଣ୍ଡେସନକୁ ଭଲ ସ୍ପ୍ରେ ନଚେତ୍ ବ୍ରସ୍ ମାଧ୍ୟମରେ ଲଗାନ୍ତୁ ।
ଆଖି :
ମୁହଁର ସୌନ୍ଦର୍ଯ୍ୟ ଆଖି ବଢ଼ାଇଥାଏ । ସେଥିପାଇଁ ଆପଣ ମୁହଁର ମେକ୍ଅପ୍ କଲାବେଳେ ଆଖିର ମେକ୍ଅପ୍ କରିବା ନିହାତି ଜରୁରୀ । ପ୍ରଥମେ ଆଖିପତା ତଳକୁ ଆଖିରେ କିଛି ପାଉଡ଼ର ଲଗାନ୍ତୁ । ଆଇବ୍ରୋ ପେନ୍ସିଲ ଦ୍ୱାରା ଆଖିପତାକୁ ଭଲ ଆକାର ଦିଅନ୍ତୁ । ଏହାପରେ ଆଖିରେ କାଜଲ୍ ଓ ଆଇ ଲାଇନ୍ର ଲଗାନ୍ତୁ । ଆପଣ ଆପଣଙ୍କ ଆଖିର ଗଠନ ଦେଖି ଲାଇନର ଲଗାନ୍ତୁ । ହାଲୁକା ରଙ୍ଗର ଆଇ ସେଡୋ ଲଗାନ୍ତୁ ।
ଓଠର :
ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବାରେ ଓଠର ମେକ୍ଅପ୍ ନିହାତି ଜୁରିରୀ । ପ୍ରଥମେ ଓଠରେ କିଛି ଲିପ୍ ବାମ୍ ଲଗାନ୍ତୁ, କିଛି ସମୟ ପରେ ଟିସୁ ପେପର ମାଧ୍ୟମରେ ଏହାକୁ ବାହାର କରି ଦିଅନ୍ତୁ । ଏହାପରେ ଲିପ୍ ଲାଇନର ଲଗାନ୍ତୁ । ଏହାଦ୍ୱାରା ଆପଣ ଓଠର ଆକାର ଜାଣିପାରିବେ । ଲାଇନ୍ର ଲଗାଇବା ସମୟରେ ଏହା ଯେପରି ବାହାରକୁ ବାହାରି ନଆସେ । ଆପଣଙ୍କ ପସନ୍ଦର ଲିପ୍ଷ୍ଟିକ୍ ଲଗାନ୍ତୁ, ଲିପ୍ଷ୍ଟିକ୍ ଲଗାଇ ସାରିବା ପରେ ଏବେ ଲିପ୍ଗ୍ଲସ୍ ବା ଲିପ୍ ଜେଲ ଲଗାନ୍ତୁ । ଏହା ଆପଣଙ୍କ ଓଠକୁ ଅଧିକ ସାଇନିଙ୍ଗ୍ କରିଥାଏ ।
ଅପର୍ଣ୍ଣା ନାୟକ
ନୂଆଦିଲ୍ଲୀ


