ମହୁର

ମହୁର
Ipsita Picture
By: Ipsita
Published On

 

ସାମଗ୍ରୀ

କଞ୍ଚା କଦଳୀ (୧ଟି), କଖାରୁ (୨୦୦ ଗ୍ରାମ), ସାରୁ (୩-୪ ଟି), ବାଇଗଣ (୧-୨ ଟି), ମାଟିଆଳୁ/ଖମ୍ବଆଳୁ (୧୦୦ ଗ୍ରାମ), କନ୍ଦମୂଳ (୧ଟି), ପୋଟଳ (୩-୪ ଟି), ( ସବୁ ପରିବାକୁ ବଡ଼ ବଡ଼ ଚୌକା ଖଣ୍ଡ କରି କାଟି ନିଅନ୍ତୁ), ଭିଜା ହୋଇଥିବା ଦେଶୀ ଚଣା (ଅଧା କପ୍) ଏବଂ ଛୋଟ ଛୋଟ ନଡ଼ିଆ ଖଣ୍ଡ, ଜିରା (୧ ଚାମଚ), ଗୋଲମରିଚ (୧ ଚାମଚ), ଅଦା (୧ ଇଞ୍ଚ) ( ଏହି ସବୁକୁ ସାମାନ୍ୟ ପାଣି ଦେଇ ଚିକ୍କଣ କରି ବାଟି ନିଅନ୍ତୁ), ଜିରା (୧ ଚାମଚ) ଏବଂ ଶୁଖିଲା ଲଙ୍କା (୧-୨ ଟି) କୁ ଶୁଖିଲା କଡ଼େଇରେ ଭାଜି ଗୁଣ୍ଡ କରି ରଖନ୍ତୁ। ଗୁଆ ଘିଅ (୨-୩ ଚାମଚ), ପଞ୍ଚଫୁଟଣ (୧ ଚାମଚ), ହେଙ୍ଗୁ (୧/୪ ଚାମଚ), ତେଜପତ୍ର (୨ ଟି)ହଳଦୀ ଗୁଣ୍ଡ (୧/୨ ଚାମଚ), ଗୁଡ଼ (୧-୨ ଚାମଚ), ସ୍ୱାଦ ଅନୁସାରେ ଲୁଣ (ଶ୍ରୀମନ୍ଦିର ପାଇଁ ସୈନ୍ଧବ ଲୁଣ ବ୍ୟବହାର କରାଯାଏ), କୋରା ନଡ଼ିଆ।

ପ୍ରସ୍ତୁତି

ଶ୍ରୀମନ୍ଦିର ଶୈଳୀରେ 'ମହୁର' ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବଡ଼ ପାତ୍ରରେ ପାଣି ଗରମ କରି ସେଥିରେ ଭିଜା ଦେଶୀ ଚଣା, ନଡ଼ିଆ ଖଣ୍ଡ, ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ ଏବଂ ଏହାପରେ କଟା ହୋଇଥିବା ଦେଶୀ ପରିବା (କଖାରୁ, କଦଳୀ, ସାରୁ, ମାଟିଆଳୁ, କନ୍ଦମୂଳ ଓ ବାଇଗଣ) ମିଶାଇ ଢାଙ୍କୁଣୀ ଦେଇ ମଧ୍ୟମ ଆଞ୍ଚରେ ସିଝିବାକୁ ଦିଅନ୍ତୁ । ପରିବା ଅଧାରୁ ଅଧିକ ସିଝି ଆସିଲେ, ସେଥିରେ ଜିରା-ଗୋଲମରିଚ-ଅଦାର ଚିକ୍କଣ ବାଟଣ ଏବଂ ସାମାନ୍ୟ ଗୁଡ଼ ମିଶାଇ ଆଉ ୫ ମିନିଟ୍ ଫୁଟାନ୍ତୁ, ଯେପରି ମସଲାର କଞ୍ଚା ବାସ୍ନା ଚାଲିଯିବ । ଏହାପରେ ଅନ୍ୟ ଏକ ତଡ଼କା ପ୍ୟାନରେ ଗୁଆ ଘିଅ ଗରମ କରି ସେଥିରେ ପଞ୍ଚଫୁଟଣ, ତେଜପତ୍ର ଏବଂ ହେଙ୍ଗୁ ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ ଓ ଏହାକୁ ସିଝିଥିବା ପରିବା ମଧ୍ୟରେ ଢାଲି ତୁରନ୍ତ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ଶେଷରେ ୨ ମିନିଟ୍ ପରେ ଢାଙ୍କୁଣୀ ଖୋଲି ଉପରୁ ପ୍ରଚୁର କୋରା ନଡ଼ିଆ ଏବଂ ଭଜା ଜିରା-ଲଙ୍କା ଗୁଣ୍ଡ ପକାଇ ହାଲୁକା ଭାବେ ଗୋଳାଇ ଆଞ୍ଚରୁ ଓହ୍ଲାଇ ନେଲେ ପ୍ରସ୍ତୁତ ହୋଇଯିବ ସୁଆଦିଆ ମହାପ୍ରସାଦ ଶୈଳୀର 'ମହୁର' ।

Tags: