ମାଛ ବେସର

ଓଡିଆ ରୁଚି

ମାଛ ବେସର
Ipsita Picture
By: Ipsita
Published On

ସାମଗ୍ରୀ - ମାଛ ୧କେଜି, ଆଳୁ ୫୦୦ ଗ୍ରାମ, ପିଆଜ ୨୫୦ ଗ୍ରାମ, ରସୁଣ ୨ ବୁଦା, ଅଦା ଏକ ଖଣ୍ଡ, ଧନିଆ, ପାନ ମଧୁରୀ,ଜିରା, ଶୁଖିଲା ଲଙ୍କା, ଟମାଟୋ ୨୫୦ ଗ୍ରାମ, ସୋରିଷ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ମିଟ ମସଲା, ଗୋଟା ଗରମ ମସଲା, ଡାଲଚିନି, ଗୁଜୁରାତି ।
ପ୍ରଣାଳୀ - ପ୍ରଥଣେ ଆଳୁକୁ ଚୋପା ଛଡାଇ ସିଝାଇ ନିଅନ୍ତୁ । ମାଛକୁ ରସୁଣ ଛେଚା ଦେଇ ଖରଡି ରଖନ୍ତୁ । ସୋରିଷକୁ ବାଟି ରଖନ୍ତୁ । ଏହାପରେ ଏକ ମୋଟା ପାତ୍ରରେ ସୋରିଷ ତେଲ ଗରମ କରି ଏଥିରେ ଗୋଟା ଗରମ ମସଲା ପକାନ୍ତୁ । ଅଳ୍ପ ସମୟ ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭଲ କରି ଭାଜିହେବା ପରେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ କଷନ୍ତୁ । ମସଲାରୁ ତେଲ ଛାଡି ଆସିବା ବେଳକୁ ଧନିଆ, ପାନମଧୁରୀ ଓ ଶୁଖିଲା ଲଙ୍କାର ବଟା ମସଲା ପକାନ୍ତୁ । ଏହି ମସଲାକୁ ଭଲକରି କଷନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ଓ ଲୁଣ ପକାଇ କଷନ୍ତୁ । ମସଲାରୁ ତେଲ ଛାଡି ଆସିଲେ ଏଥିରେ ଅଳ୍ପ ପାଣି ଓ ଟମାଟୋକଟାକୁ ପକାନ୍ତୁ । ଏହି ମିଶ୍ରଣକୁ ଭଲ କରି କଷନ୍ତୁ । ଏହାପରେ ଏଥିରେ ମାଛ ପକାଇ ଭାଜନ୍ତୁ । ମାଛ ପକାଇ ଅଳ୍ପ ସମୟ ଭାଜିବା ପରେ ଏଥିରେ ସିଝା ଆଳୁକୁ ଅଳ୍ପଅଳ୍ପ ଚକଟି ଦେଇ ଦିଅନ୍ତୁ । ଏହାପରେ ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ଓ ସୋରିଷ ବଟାକୁ ଦିଅନ୍ତୁ । ସମସ୍ତ ମିଶ୍ରଣକୁ ଭଲକରି କିଛି ସମୟ ପାଇଁ ଫୁଟାନ୍ତୁ । ଏହା ଭଲକରି ଫୁଟିବା ପରେ ଏଥିରେ ଶେଷରେ ଧନିଆପତ୍ର, ଗୁଜୁରାତି ଓ ଡାଲଚିନି ବଟା ଦେଇଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ମାଛ ବେସର ।

Tags: