ସୁଆଁ ଉପମା

ସୁଆଁ ଉପମା
Ipsita Picture
By: Ipsita


ସାମଗ୍ରୀ - ସୁଆଁ, ଗାଜର, ବିଟ, କୋବି, ବିନ୍ସ, ପିଆଜ, ଟମାଟୋ, ରସୁଣ, ଅଦା, ବୁଟଡାଲି, ବାଦାମ ମଞ୍ଜି, ଭୃସଙ୍ଗ ପତ୍ର, ହେଙ୍ଗୁ, ମ୍ୟାଗି ମସଲା, କଞ୍ଚା ଲଙ୍କା, ଲୁଣ, ଲେମ୍ବୁ ରସ, ଫୁଟଣ, ଧନିଆ ପତ୍ର ।
ପ୍ରଣାଳୀ - ପ୍ରଥମେ ୩୦ ମିନିଟ୍‌ ପାଇଁ ସୁଆଁକୁ ବତୁରାଇ ନିଅନ୍ତୁ । ଏହାପରେ ଏକ ପ୍ୟାନ ବସାଇ ଏଥିରେ ତେଲରେ ପଞ୍ଚ ଫୁଟଣ, ବୁଡଡାଲି, କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର, ବାଦାମ ଓ ହେଙ୍ଗୁ ପକାଇ ଅଳ୍ପ ଭାଜନ୍ତୁ । ଏହାପରେ ଏଥିରେ କଟା ପିଆଜ, ରସୁଣ ପକାଇ ଭାଜନ୍ତୁ । ଭାଜି ହେବା ପରେ ଏଥିରେ କଟା ଅଦା, ଟମାଟୋ ପକାନ୍ତୁ । ଅଳ୍ପ ସମୟ ପରେ ଏଥିରେ ସମସ୍ତ କଟା ପରିବା, ଲୁଣ, ହଳଦୀ ପକାନ୍ତୁ । ପରିବା ଭଲକରି ଭାଜିହେବା ପରେ ଏଥିରେ ପାଣି ଟିକେ ଅଧିକ ଦିଅନ୍ତୁ । ଏହାପରେ ବତୁରା ସୁଆଁକୁ ପକାଇ ଦିଅନ୍ତୁ । ଅଳ୍ପ ସମୟ ଫୁଟିବା ପରେ ଏଥିରେ ମ୍ୟାଗି ମସଲା ଓ ଲେମ୍ବୁ ରସ ଅଳ୍ପ ପକାଇ ଦିଅନ୍ତୁ । ସୁଆଁ ଭଲକରି ସିଝିବା ପରେ ବନ୍ଦ କରି ଦିଅନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ସୁଆଁ ଉପମା ।

Read More ଆଳୁ ଫ୍ରାଏ

Tags:

Related Posts

ଆଳୁ ଫ୍ରାଏ

ଆଳୁ ଫ୍ରାଏ

ଅଜବ ଶେଷ ଇଚ୍ଛା

ଅଜବ ଶେଷ ଇଚ୍ଛା