ଓଠର ଯତ୍ନ
ଖରାଦିନେ କେବଳ ତ୍ୱଚାର ନୁହେଁ, ଓଠର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ । ଶୀତ ଭଳି ଟାଣ ଖରା ଏବଂ ଶୁଷ୍କ ପବନ ଯୋଗୁଁ ଓଠ ଫାଟିବା କିମ୍ବା କଳା ପଡ଼ିବା ଭଳି ସମସ୍ୟା ଦେଖାଦିଏ । ତେଣୁ ଏହି ଦିନେ ମଧ୍ୟ ଓଠର ଯତ୍ନ ନେବାର ଆବଶ୍ୟକତା ରହିଛି ।
ଏସପିଏଫ ଯୁକ୍ତ ଲିପ୍ ବାମ୍ର
ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଓଠକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଏ। ତେଣୁ ଖରାରେ ବାହାରକୁ ଯିବା ପୂର୍ବରୁ ଏସପିଏଫ ଯୁକ୍ତ ଲିପ୍ ବାମ୍ ବ୍ୟବହାର କରନ୍ତୁ । ଏହା ଓଠକୁ ସୂର୍ଯ୍ୟକିରଣରୁ ରକ୍ଷା କରିବା ସହ କଳା ପଡ଼ିବାକୁ ଦିଏ ନାହିଁ ।
ହାଇଡ୍ରେଟ ରୁହନ୍ତୁ
ଓଠ ଶୁଖିବାର ମୁଖ୍ୟ କାରଣ ହେଉଛି ଜଳୀୟ ଅଂଶର ଅଭାବ। ଖରାଦିନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ । ଏହା ଓଠକୁ ପ୍ରାକୃତିକ ଭାବେ କୋମଳ ରଖିବାରେ ସାହାଯ୍ୟ କରେ ।
ଏକ୍ସଫୋଲିଏଟ୍ କରନ୍ତୁ
ଓଠରୁ ମୃତ କୋଷ ବାହାର କରିବା ପାଇଁ ସପ୍ତାହକୁ ଥରେ କିମ୍ବା ଦୁଇଥର ସ୍କ୍ରବ୍ କରନ୍ତୁ । ଆପଣ ଘରେ ଚିନି ଏବଂ ମହୁ ମିଶାଇ ଏକ ଘରୋଇ ସ୍କ୍ରବ୍ ପ୍ରସ୍ତୁତ କରିପାରିବେ । ଏହା ଓଠର ରକ୍ତ ସଞ୍ଚାଳନ ବୃଦ୍ଧି କରି ଓଠକୁ ଗୋଲାପୀ ରଖେ ।
ଜିଭରେ ଚାଟନ୍ତୁ ନାହିଁ
ଅନେକ ସମୟରେ ଓଠ ଶୁଖିଗଲେ ଆମେ ଜିଭରେ ଓଠକୁ ଓଦା କରିଥାଉ । କିନ୍ତୁ ଲାଳରେ ଥିବା ଏନଜାଇମ୍ ଓଠକୁ ଆହୁରି ଅଧିକ ଶୁଷ୍କ କରିଦିଏ । ଏହା ପରିବର୍ତ୍ତେ ଏକ ଭଲ ମଏଶ୍ଚରାଇଜିଂ ଲିପ୍ ବାମ୍ ବ୍ୟବହାର କରନ୍ତୁ ।
ପ୍ରାକୃତିକ ଉପାୟ
ରାତିରେ ଶୋଇବା ପୂର୍ବରୁ ଓଠରେ ଦେଶୀ ଘିଅ, ନଡ଼ିଆ ତେଲ କିମ୍ବା ଆଲୋଭେରା ଜେଲ୍ ଲଗାଇ ପାରିବେ । ଏହା ଓଠକୁ ଗଭୀର ଭାବେ ମଏଶ୍ଚରାଇଜ୍ କରେ ।
ମେକଅପ୍ ପ୍ରତି ସାବଧାନ ରୁହନ୍ତୁ
ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମ୍ୟାଟ୍ ଲିପଷ୍ଟିକ ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ଓଠରୁ ଆଦ୍ରତା କମାଇ ଦିଏ । ବାହାରକୁ ଯାଉଥିଲେ ସିଲିଂ ଯୁକ୍ତ ବା ଗ୍ଲସି ଲିପଷ୍ଟିକ ବାଛିବା ଭଲ ।



