ଓଠର ଯତ୍ନ

ମୁହଁ ଭଳି ଆମର ଓଠର ଯତ୍ନ ନେବାର ଆବଶ୍ୟକତା ମଧ୍ୟ ରହିଛି । ଅନେକ ସମୟରେ ଏହାର ଯତ୍ନ ନନେଲେ ଏହା ଶୁଷ୍କ ହେବା ସହିତ ଫାଟିଥାଏ ମଧ୍ୟ ଯାହା କଷ୍ଟଦାୟକ ହୋଇଥାଏ । ତେବେ ଏହି ଓଠକୁ ଆମେ କିଛି ଟ୍ରିକ୍‌ ବ୍ୟବହାର କରି ନରମ ଓ ସୁସ୍ଥ ରଖିପାରିବା । – ସବୁବେଳେ ଗ୍ଲସି ଲିପ୍‌ଷ୍ଟିକ୍‌ ଓ ଲିପ୍‌ ବାମ୍‌ ଲଗାନ୍ତୁ । ଧ୍ୟାନ ରଖନ୍ତୁ ଲିପଷ୍ଟିକ୍‌ ଲଗାଇବା ପୂର୍ବରୁ ଲିପ୍‌ବାମ୍‌ ଲଗାଇବେ । […]

Samaya Live Picture
Published On

ମୁହଁ ଭଳି ଆମର ଓଠର ଯତ୍ନ ନେବାର ଆବଶ୍ୟକତା ମଧ୍ୟ ରହିଛି । ଅନେକ ସମୟରେ ଏହାର ଯତ୍ନ ନନେଲେ ଏହା ଶୁଷ୍କ ହେବା ସହିତ ଫାଟିଥାଏ ମଧ୍ୟ ଯାହା କଷ୍ଟଦାୟକ ହୋଇଥାଏ । ତେବେ ଏହି ଓଠକୁ ଆମେ କିଛି ଟ୍ରିକ୍‌ ବ୍ୟବହାର କରି ନରମ ଓ ସୁସ୍ଥ ରଖିପାରିବା ।
– ସବୁବେଳେ ଗ୍ଲସି ଲିପ୍‌ଷ୍ଟିକ୍‌ ଓ ଲିପ୍‌ ବାମ୍‌ ଲଗାନ୍ତୁ । ଧ୍ୟାନ ରଖନ୍ତୁ ଲିପଷ୍ଟିକ୍‌ ଲଗାଇବା ପୂର୍ବରୁ ଲିପ୍‌ବାମ୍‌ ଲଗାଇବେ । ନହେଲେ ଓଠ ଶୁଷ୍କ ହେବାର ଭୟ ରହିଥାଏ ।
– କେବେ ହେଲେ ବି ଓଠରେ ସାବୁନ କିମ୍ବା ପାଉଡର ଲଗାନ୍ତୁ ନାହିଁ, ଏହା ଓଠକୁ ଶୁଷ୍କ କରିଥାଏ । ସବୁବେଳେ ଓଠକୁ କ୍ଲିଞ୍ଜିଂ ଜେଲ୍‌ ସାହାଯ୍ୟରେ ସଫା କରନ୍ତୁ । ଏହାପରେ ଲିପ୍‌ବାମ୍‌ ଲଗାନ୍ତୁ ।
– ରାତିରେ ଶୋଇବା ପୂର୍ବରୁ ଓଠରେ ଆଲମଣ୍ଡ୍‌ କ୍ରିମ୍‌ କିମ୍ବା ତେଲ ଲଗାଇ ପାରିବେ ଏହା ଓଠ ପାଇଁ ଖୁବ ଭଲ ହୋଇଥାଏ ।
– ସେହିଭଳି ଓଠକୁ ନରମ ଓ ଉଜ୍ୱଳ ରଖିବା ପାଇଁ ମହୁ, କ୍ଷୀର ଆଦିକୁ ବ୍ୟବହାର କରିପାରିବେ । ଏଗୁଡିକ ପ୍ରାକୃତିକ ସାମଗ୍ରୀ ହୋଇଥିବାରୁ ଓଠ ଉପରେ ଏହାର କୌଣସି ଖରାପ ପ୍ରଭାବ ନଥାଏ ।
– ଲିପ୍‌ଷ୍ଟିକ ଲଗାଇବା ପୂର୍ବରୁ ଏଥିରେ ବ୍ୟବହାର କେମିକାଲର ଯାଞ୍ଚ କରନ୍ତୁ । ବେଳେବେଳେ ଲିପ୍‌ଷ୍ଟିକ୍‌ ପାଇଁ ଓଠ କଳା ପଡିବା ସହିତ ଶୁଷ୍କ ମଧ୍ୟ ହୋଇଥାଏ ।

Tags: