ପ୍ରେମ ସପ୍ତାହର ଆଜି ତୃତୀୟ ଦିନ

ସମୟ ଲାଇଭ,୯/୧: ଦୂରରେ ଥିବା ସାଥୀ ସହ ସବୁଦିନ ଦେଖା କରିବା ଏବଂ ସମୟ ବିତାଇବା ସମ୍ଭବ ହୋଇନଥାଏ, ଏଣୁ ପରସ୍ପର ମଧ୍ୟରେ ଅନେକ ସମୟରେ ମତାନ୍ତର ହେବା ସହ ସଂପର୍କରେ ଦୂରତା ମଧ୍ୟ ଆସିଥାଏ। ତେବେ ଏହି ଦୂରତା ଯେପରି ସଂପର୍କର ଦୂରତା ହୋଇ ନଯାଉ। ଆପଣାନ୍ତୁ ଏମିତି କିଛି ଉପାୟ ଯାହା ଆପଣଙ୍କ ସାଥୀ ଆପଣଙ୍କ ପାଖରେ ଥିବା ପରି ମନେ କରିବେ। ସଂପର୍କର ଦୂରତା କମାଇବା ପାଇଁ ସୋସିଆଲ ମିଡିଆ ବହୁତ ଗୁରୁତ୍ୱପୂର୍ଣ୍ଣ। […]

Samaya Live Picture
Published On

ସମୟ ଲାଇଭ,୯/୧: ଦୂରରେ ଥିବା ସାଥୀ ସହ ସବୁଦିନ ଦେଖା କରିବା ଏବଂ ସମୟ ବିତାଇବା ସମ୍ଭବ ହୋଇନଥାଏ, ଏଣୁ ପରସ୍ପର ମଧ୍ୟରେ ଅନେକ ସମୟରେ ମତାନ୍ତର ହେବା ସହ ସଂପର୍କରେ ଦୂରତା ମଧ୍ୟ ଆସିଥାଏ। ତେବେ ଏହି ଦୂରତା ଯେପରି ସଂପର୍କର ଦୂରତା ହୋଇ ନଯାଉ। ଆପଣାନ୍ତୁ ଏମିତି କିଛି ଉପାୟ ଯାହା ଆପଣଙ୍କ ସାଥୀ ଆପଣଙ୍କ ପାଖରେ ଥିବା ପରି ମନେ କରିବେ।

ସଂପର୍କର ଦୂରତା କମାଇବା ପାଇଁ ସୋସିଆଲ ମିଡିଆ ବହୁତ ଗୁରୁତ୍ୱପୂର୍ଣ୍ଣ। ପରସ୍ପର ସହ ସମୟ ବିତାଇବା ସହ ସ୍ନେହ ଓ ପ୍ରେମ ଜଣାଇବ ପାଇଁ ଏହା ଏକ ସହଜ ବାଟ। ଏହା ମାଧ୍ୟମରେ ନିଜ ବ୍ୟସ୍ତ ଜୀବନ ଭିତରେ ମଧ୍ୟ ନିଜ ସାଥୀ ସହ ସମୟ ବିତାଇପାରିବେ।

ସେହିପରି ଉପହାର ହେଉଛି ସାଥିଙ୍କ ନିକଟତର ହେବାର ଅନ୍ୟ ଏକ ଉପାୟ। ଆପଣଙ୍କ ପରସ୍ପର ନିୟମିତ ବ୍ୟବଧାନରେ ଉପହାର ମଧ୍ୟ ପଠାଇ ପାରିବେ। ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୁଦୃଢ଼ ହୋଇଥାଏ। ଉପହାର ପାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ, ତେବେ ଜରୁରୀ ନୁହଁ ଉପହାରଟି ଦାମୀ ହୋଇଥିବ।

ତେବେ ସନ୍ଦେହ ଏକ ଏମିତି ଏକ ରୋଗ ଯାହାର କୌଣସି ଓøଷଧ ନାହିଁ।ବିନା କାରଣରେ ନିଜ ସାଥଙ୍କୁ ସନ୍ଦେହ କଲେ ଧୀରେ ଧୀରେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେଣୁ ସାଥୀକୁ ସନ୍ଦେହ ନ କରି କଥା ବା ର୍ା ଦ୍ୱାରା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ସଂପର୍କରେ ସବୁଠାରୁ ଜରୁରୀ ହେଉଛି ପରସ୍ପର ପ୍ରତି ବିଶ୍ୱାସ ଓ ସଚ୍ଚୋଟତା। ଯଦି ଆପଣଙ୍କ ସଂପର୍କକୁ ନେଇ ସଚ୍ଚୋଟ ଅଛନ୍ତି ତେବେ ଦୂରତା ଆପଣଙ୍କ ସଂପର୍କ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ।

Tags: