ଗ୍ରୀଷ୍ମରେ ଶରୀରଚର୍ଯ୍ୟା

ଗ୍ରୀଷ୍ମ ଋତୁକୁ କେହି କେହି ଏକ ବିରକ୍ତିକର ସମୟ ବୋଲି ବିଚାର କରନ୍ତି । କିନ୍ତୁ ବାସ୍ତବରେ ଗ୍ରୀଷ୍ମଋତୁଟି ଅତି ସୁନ୍ଦର ଓ ମନୋରମ । ଏହାକୁ ଜଣେ ବ୍ୟବସ୍ଥିତ ଏକ ଭଲ ରୁଟିନବନ୍ଧା ସମୟଚର୍ଯ୍ୟା କାଢ଼ି ପାରିଲେ ଆନନ୍ଦ ଅନୁଭୂତ ହୋଇପାରିବ । ଭଗବାନଙ୍କ ସୃଷ୍ଟିରେ ଛଅ ଋତୁ ଭିତରେ ଗ୍ରୀଷ୍ମ ଋତୁ ହେଉଛି ଏକ ପ୍ରମୁଖ ଓ ବଡ଼ ଋତୁ । ତେଣୁ ଆସନ୍ତୁ ଏହି ଗ୍ରୀଷ୍ମ ଋତୁରେ ସର୍ବନିମ୍ନ ଜୀବନଚର୍ଯ୍ୟା ବିଷୟରେ ଏକ […]

Samaya Live Picture
Published On

ଗ୍ରୀଷ୍ମ ଋତୁକୁ କେହି କେହି ଏକ ବିରକ୍ତିକର ସମୟ ବୋଲି ବିଚାର କରନ୍ତି । କିନ୍ତୁ ବାସ୍ତବରେ ଗ୍ରୀଷ୍ମଋତୁଟି ଅତି ସୁନ୍ଦର ଓ ମନୋରମ । ଏହାକୁ ଜଣେ ବ୍ୟବସ୍ଥିତ ଏକ ଭଲ ରୁଟିନବନ୍ଧା ସମୟଚର୍ଯ୍ୟା କାଢ଼ି ପାରିଲେ ଆନନ୍ଦ ଅନୁଭୂତ ହୋଇପାରିବ । ଭଗବାନଙ୍କ ସୃଷ୍ଟିରେ ଛଅ ଋତୁ ଭିତରେ ଗ୍ରୀଷ୍ମ ଋତୁ ହେଉଛି ଏକ ପ୍ରମୁଖ ଓ ବଡ଼ ଋତୁ । ତେଣୁ ଆସନ୍ତୁ ଏହି ଗ୍ରୀଷ୍ମ ଋତୁରେ ସର୍ବନିମ୍ନ ଜୀବନଚର୍ଯ୍ୟା ବିଷୟରେ ଏକ ଛୋଟିଆ ଆଲୋଚନା ରଖିବା ।
– ଶୋଷ ମେଣ୍ଟାଇବା ପାଇଁ ପାଣି ହିଁ ସବୁଠାରୁ ଭଲ । ଖରାଦିନେ ଥଣ୍ଡା ରହିବା ନିମନ୍ତେ ବାରମ୍ବାର ପାଣି ପିଇବା ସବୁଠାରୁ ସହଜ ଉପାୟ । ଏହି ସମୟରେ ଦେହରୁ ବହୁତ ଝାଳ ବାହାରିଥାଏ ଏବଂ ଦେହରୁ ଜଳର ପରିମାଣ କମିଯାଏ । ଜଳୀୟଅଂଶକୁ ଠିକ୍‌ ରଖିବାକୁ ଶୋଷ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ । ଦେଖିବେ କେତେ ସତେଜ ଲାଗିବ । ଦିନକୁ ଅତିକମ୍‌ରେ ୧୫ ଗ୍ଲାସ ପାଣି ପିଅନ୍ତୁ ।
– ଖରାଦିନେ ଚା’, କଫି, ସିଗାରେଟ୍‌ ଓ ମଦଠୁ ଯଥାସମ୍ଭବ ଦୂରରେ ରହନ୍ତୁ ।
– ମୃଦୁପାନୀୟ ବଦଳରେ ପଇଡ଼ ପିଅନ୍ତୁ । ମୃଦୁ ପାନୀୟକୁ ସଂରକ୍ଷିତ ରଖିବାଲାଗି ସେଥିରେ ନାନା ପ୍ରକାରର କେମିକାଲ୍‌ ଓ ରଙ୍ଗ ମିଶାଯାଏ । କିଛି ପାନୀୟରେ ଚିନି ଅଂଶ ମଧ୍ୟ ଥାଏ । ଏସବୁ ଶରୀରରେ ଅମ୍ଳ ସୃଷ୍ଟି କରିବା ସହ ଅନେକ ପ୍ରକାର ରୋଗକୁ ଉତ୍ସାହିତ କରିଥାଏ ।
– ଅଧିକାଂଶ ମୃଦୁ ପାନୀୟରେ ଫସ୍‌ଫରିକ୍‌ ଏସିଡ଼ ଦ୍ରବୀଭୂତ ହୋଇ ରହିଥାଏ । ଏହା ଶରୀରରେ ହଜମ କରୁଥିବା ଯନ୍ତ୍ରର ଭିତର ସ୍ତରକୁ କ୍ରମଶଃ ଖରାପ କରିଦିଏ । ଫଳରେ ଏହାଦ୍ୱାରା ହଜମ ଶକ୍ତି ଦୁର୍ବଳ ହୋଇଯାଏ । ପୁଣି ମୃଦୁ ପାନୀୟ ଦେହରୁ ଖଣିଜ ଲବଣ ହ ୍ରାସ କରିଦିଏ । ଫଳରେ ଏନ୍‌ଜାଇମ୍‌ର କାର୍ଯ୍ୟରେ ଅସୁବିଧା ହୋଇ ଖାଦ୍ୟ ହଜମ ହୁଏ ନାହିଁ । ଏହାଦ୍ୱାରା ମଧ୍ୟ ଦାନ୍ତର ଅନେକ ରୋଗ, କିଡ଼୍‌ନୀରେ ଷ୍ଟୋନ୍‌ ଜମିବା ଏବଂ ଆଥ୍ରାଇଟିସ୍‌ ରୋଗ ହୋଇଥାଏ ।
– ଖରାଦିନେ ବାହାରୁ ଆସି ଆମେ ଅତି ଥଣ୍ଡା ପାନୀୟ ପିଇବାକୁ ଭଲପାଉ । କିନ୍ତୁ ଖରାଦିନେ ଅତିଥଣ୍ଡା ପାଣି ବା ସର୍ବତ୍‌ ପିଇବା ଶରୀର ପାଇଁ ଭଲ ନୁହେଁ । ବାହାର ଗରମରୁ ଆସି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ରକ୍ତରେ ଥିବା କୋସିକାଗୁଡ଼ିକ ସଙ୍କୁଚିତ ହୋଇଯାଏ ।
– ଖରାଦିନେ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା କ୍ଷତିକାରକ ।
– ଖରାଦିନେ ଅଳ୍ପ ପୁଷ୍ଟିକର ଏବଂ ତୈଳମୁକ୍ତ ଖାଦ୍ୟ ଖାଇବା ହିତକର ।
– ଦେହକୁ ଗରମ କରୁଥିବା ପରିବା ଏବଂ ଫଳ ଯେପରି ବିଭିନ୍ନ ପ୍ରକାରର ଶାଗ, ମୂଳା, ଗୋଲମରିଚ, ପିଆଜ, ରସୁଣ, ବିଟ୍‌, ସପୁରି, ବାତାପିଲେମ୍ବୁ ଏବଂ ପାଚିଲା ଆମ୍ବ ଖାଆନ୍ତୁ ନାହିଁ । ଏହି ଋତୁରେ ଅବଶ୍ୟ ପ୍ରଚୁର ଆମ୍ବ ମିଳେ । ତେଣୁ ଯଦି ଆମ୍ବ ଖାଇବାକୁ ଇଛା ହେଉଥାଏ, ତେବେ ଆମ୍ବକୁ ସାରା ରାତି ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳୁ ଖାଆନ୍ତୁ ।
– ଶୁଖିଲା ଫଳ ବଦଳରେ ତାଜା ଫଳ ଏବଂ ପରିବା ଖାଇଲେ ଏହି ସମୟରେ ଦେହ ଭଲ ରହିଥାଏ ।
– ଅତ୍ୟଧିକ ଗରମ, ରାଗଯୁକ୍ତ, ଲୁଣଯୁକ୍ତ ଖାଦ୍ୟଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ।
– ତେଲରେ ଛଣାଯାଇଥିବା ଖାଦ୍ୟ ଯେମିତି ବରା, ସିଙ୍ଗଡ଼ା ବିଭିନ୍ନ ପ୍ରକାର ଚି«, ଭୁଜିଆ ଇତ୍ୟାଦି ଠାରୁ ଗ୍ରୀଷ୍ମରେ ଦୂରେଇ ରହିବା ଭଲ ।
– ଖରାଦିନେ ରାତି ଜଣା ପଡ଼େନାହିଁ । ଲୋକେ ବହୁତ ଡ଼େରିରେ ଶୁଅନ୍ତି । ପୁଣି ଗରମରେ ବି ଭଲ ନିଦ ହୁଏନି । ଅନିଦ୍ରା ରହି ଟିକେ ପରିଶ୍ରମରେ ହାଲିଆ ଲାଗେ, ମାନ୍ଦା ମାନ୍ଦା ଅନୁଭୂତ ହୁଏ । ତେଣୁ ଯଥେଷ୍ଟ ପରିମାଣରେ ଶୋଇବା ପ୍ରତି ଦୃଷ୍ଟି ଦିଅନ୍ତୁ । ଚା’କଫି କମାଇ ଦିଅନ୍ତୁ । ରାତିରେ ଅଳ୍ପ ଖାଆନ୍ତୁ ।
– ଖରାଦିନେ ସକାଳୁ ଉଠନ୍ତୁ । ସମ୍ଭବହେଲେ ମର୍ଣ୍ଣିଂୱାକ୍‌ରେ ଯାଆନ୍ତୁ । ମର୍ଣ୍ଣିଂୱାକ୍‌ ଆପଣଙ୍କ ପୂରା ଦିନକୁ ସତେଜ କରିଦେବ ।

Tags: