ଲିଚୁ ପାୟସ
By: Ipsita
ସାମଗ୍ରୀ - ଲିଚୁ କୋଳି, ଖୀର, ଅଳ୍ପ ବାସୁମତି ଚାଉଳ, ଖୁଆ, ଚିନି, ଗୁଜୁରାତି ଗୁଣ୍ଡ, ଡ୍ରାଏ ଫ୍ରୁଟ୍ସ ।
ପ୍ରଣାଳୀ - ଲିଚୁ କୋଳିକୁ ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଚାଉଳକୁ ୩୦ ମିନିଟ ପାଇଁ ଭିଜାଇ ରଖନ୍ତୁ । ଏହାପରେ ଗୋଟିଏ ମୋଟା ପାତ୍ରରେ ଖୀର ନେଇ ଗରମ କରନ୍ତୁ । ଏହା ୧୦ ମିନିଟ ଫୁଟିବା ପରେ ଏଥିର ବସୁମତି ଚାଉଳ ପକାଇ ଫୁଟାନ୍ତୁ, ଏହାକୁ ଚାଉଳ ନରମ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଚାଉଳ ନରନ ହେବା ପରେ ଏଥିରେ ଲିଚି, ଚିନି ଓ ଖୁଆ ପକାଇ ଫୁଟାନ୍ତୁ । ଅଳ୍ପ ଫୁଟିବା ପରେ ଏଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ । ଅଳ୍ପ ସମୟରେ ପରେ ଆଞ୍ଚ ବନ୍ଦ କରି ନିଅନ୍ତୁ ଏବଂ ଡ୍ରାଏ ଫ୍ରୁଟ୍ସ ପକାଇ ନିଅନ୍ତୁ ।
Read More ବିବାହର ରଙ୍ଗ
Tags:


