ଲବଙ୍ଗ ଲତା

ଓଡିଆ ରୁଚି

ଲବଙ୍ଗ ଲତା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପିଆଜ ଏଣ୍ଡୁରି

 

ସାମଗ୍ରୀ _ ମଇଦା ୪କପ, ଚିନି ୨କପ, ଖୁଆ ଏକ କପ, ଲବଙ୍ଗ ୫ଟି, ଗୁଜୁରାତି ୫ଟା, ଖାଇବା ସୋଢା ଅଳ୍ପ, ତେଲ ।

ପ୍ରଣାଳୀ _ ଲବଙ୍ଗ, ଗୁଜୁରାତି, ଚିନିକୁ ଅଲଗା ଅଲଗା ଗୁଣ୍ଡ କରିନିଅନ୍ତୁ । ଖୁଆ, ଚିନିଗୁଣ୍ଡ,ଗୁଜୁରାତି ଗୁଣ୍ଡକୁ ମିଶାଇ ପୁର ତିଆରି କରନ୍ତୁ । ମଇଦା ସହିତ ଖାଇବା ସୋଢା, ଅଧକପ ତେଲ, ଲବଙ୍ଗ ଗୁଣ୍ଡ ମିଶାଇ ଅଳ୍ପ ପାଣି ଦେଇ ଚକଟନ୍ତୁ । ଏହି ଚକଟାରୁ ଛୋଟ ଛୋଟ ଗୁଳା ତିଆରି କରି ପୁରି ଭଳି ବେଲନ୍ତୁ । ପୁରି ମଝିରେ ଖୁଆ ପୁର ଦେଇ ଲଫାପାପରି ଚାରିପଟୁ ଭାଙ୍ଗି ଦିଅନ୍ତୁ । ମଝିରେ ଏକ ଲବଙ୍ଗ ଖୋସି ଦିଅନ୍ତୁ । ତେଲରେ ଛାଣି ଦିଅନ୍ତୁ । ଏକ କପ ଚିନିରେ ପତଳା ସିରା କରି ଦିଅନ୍ତୁ । ଛଣା ଲବଙ୍ଗଲତାକୁ ସିରାରେ ଭିଜାନ୍ତୁ ପ୍ରସ୍ତୁତ ହୋଇଯିବ ଲବଙ୍ଗ ଲତା ।

Tags:

Related Posts

ପିଆଜ ଏଣ୍ଡୁରି

ପିଆଜ ଏଣ୍ଡୁରି