କୋଲାମ୍ବି ଭାତ

କୋଲାମ୍ବି ଭାତ
Ipsita Picture
By: Ipsita
Published On


ସାମଗ୍ରୀ- ୨୫୦ ଚିଙ୍ଗୁଡି, ଅଳ୍ପ ହଳଦୀଗୁଣ୍ଡ, ୨୫୦ ଗ୍ରାମ ବାସୁମତି ଚାଉଳ,୩ରୁ ୪ଟି ଗୁଜୁରାତି, ୪ରୁ ୫ଟି ଲବଙ୍ଗ, ୨ଟି ତେଜପତ୍ର, ଗୋଟିଏ ବଡ ଟମାଟ(କଟା ହୋଇଥିବା), ଦେଢଟା ପିଆଜ (କଟା), ଡାଲଚିନି ଖଣ୍ଡ ୨ଟା, ଜୀରା ଏକ ଚାମଚ, ଏକ ଚାମଚ କାଶ୍ମୀର ଚିଲି ପାଉଡର, ଏକ ଚାମଚ ଧନିଆ ଗୁଣ୍ଡ, କୋରା ନଡିଆ, ଭୁସଙ୍ଗପତ୍ର ଅଳ୍ପ, କଟା ଧନିଆ ପତ୍ର, ଏକ ଚାମଚ ଲେମ୍ବୁ ରସ ।
ପ୍ରଣାଳୀ - ଗୋଟିଏ ପାତ୍ରରେ ଚିଙ୍ଗୁଡି, ହଳଦୀ, ଲୁଣ ଗୋଳାଇ ଏହାକୁ ୧୦ରୁ ୧୫ ମିନିଟ୍‌ ଅଲଗା ରଖନ୍ତୁ । ଏବେ ପାଣି ଗରମ କରି ଏଥିରେ ଚାଉଳ ପକାନ୍ତୁ । ପାଣି ମରିବା ପରେ ଏହାକୁ ବନ୍ଦ କରି ନିଅନ୍ତୁ । ଅଦା ରସୁଣକୁ ପେଷ୍ଟ କରିନିଅନ୍ତୁ । ଏକ ବଡ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ଡାଲଚିନି, ଗୁଜୁରାତି, ଲବଙ୍ଗ, ତେଜପତ୍ର, ଜୀରା ପକାଇ ଭାଜନ୍ତୁ । ଏହାପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଅଦା ରସୁଣ ପେଷ୍ଟ ପକାଇ ଜାରନ୍ତୁ । ଏହାପରେ ଏଥିରେ ଟମାଟ ପକାଇ ଘାଣ୍ଟନ୍ତୁ । ମସଲା କଷି ହେବା ପରେ ଏଥିରେ ଚିଙ୍ଗୁଡି ପକାଇ ଭାଜନ୍ତୁ । ଚିଙ୍ଗୁଡି ହେବା ପରେ ଏଥିରେ ଅଳ୍ପ ପରିମାଣ ଚିନି, ଭୃସଙ୍ଗ ପତ୍ର ଓ ଲେମ୍ବୁରସ ମିଶାନ୍ତୁ । ଏହାପରେ ଏଥିରେ ଭାତ ମିଶାନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ଭାତ ସହ ଭାଜିବା ପରେ ଗ୍ୟାସ ବନ୍ଦ କରି ନିଅନ୍ତୁ । ଶେଷରେ ଏଥିରେ ଧନିଆ ପତ୍ର ଓ କୋରା ନଡିଆ ପକାଇ ପ୍ରସ୍ତୁତ କରନ୍ତୁ କୋଲାମ୍ବି ଭାତ ।