ଚାଲିଛି ବିବାହ ସିଜନ୍: ଜାଣନ୍ତୁ ‘େୱଡିଂ ମାର୍କେଟ୍’ ବିଷୟର କିଛି କଥା..
ବିବାହ ତାରିଖ ସ୍ଥିର ହେବା ମାତ୍ରେ ହିଁ ଯୁବତୀମାନେସର୍ବ ପ୍ରଥମେ ସପିଂ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି ଏବଂ କାହିଁକି ବି କରିବେ ନାହିଁ, କାରଣ ଏହି ବିଶେଷ ମୁହୂର୍ତ୍ତ ଜୀବନରେ କେବଳ ଥରେ ମାତ୍ର ଆସେ । ତେଣୁ ସ୍ୱତନ୍ତ୍ର ଓ ସୁନ୍ଦର ଦେଖାଯିବାକୁ ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ସେପଟେ ଏବେ ପୁଣି ଦେଶର ବିବାହ ସିଜନ୍ ଆରମ୍ଭ ହୋଇଯାଇଛି । ଯଦି ଆପଣଙ୍କ ପାଖରେ ସମୟ ଅଛି, ତାହେଲେ […]
ବିବାହ ତାରିଖ ସ୍ଥିର ହେବା ମାତ୍ରେ ହିଁ ଯୁବତୀମାନେସର୍ବ ପ୍ରଥମେ ସପିଂ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି ଏବଂ କାହିଁକି ବି କରିବେ ନାହିଁ, କାରଣ ଏହି ବିଶେଷ ମୁହୂର୍ତ୍ତ ଜୀବନରେ କେବଳ ଥରେ ମାତ୍ର ଆସେ । ତେଣୁ ସ୍ୱତନ୍ତ୍ର ଓ ସୁନ୍ଦର ଦେଖାଯିବାକୁ ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ସେପଟେ ଏବେ ପୁଣି ଦେଶର ବିବାହ ସିଜନ୍ ଆରମ୍ଭ ହୋଇଯାଇଛି । ଯଦି ଆପଣଙ୍କ ପାଖରେ ସମୟ ଅଛି, ତାହେଲେ ଦେଶର ୫ଟି ପରଫେକଫ େୱଡିଂ ସପିଂ ମାର୍କେଟକୁ ଯାଆନ୍ତୁ ଯେଉଁଠି ଆପଣ ନିଜ ଇଚ୍ଛା ମୁତାବକ ଓ ବଜେଟ୍ ଫ୍ରେଣ୍ଡେଲି ଜିନିଷ ପାଇପାରିବେ ।
ଚାନ୍ଦିନୀ ଚୌକ, ଦିଲ୍ଲୀ- ଯଦି ଆପଣ ଲାଟେଷ୍ଟ୍, ଟ୍ରେଣ୍ଡି ଏବଂ ଟ୍ରାଡିସନାଲ େୱଡିଂ ଆଉଟ୍ଫିଟ୍ର ସନ୍ଧାନରେ ଅଛନ୍ତି, ତାହେଲେ ଦିଲ୍ଲୀର ପ୍ରସିଦ୍ଧ ଚାନ୍ଦନୀ ଚୌକ ଆପଣଙ୍କ ପାଇଁ ପୁରା ପରଫେକଫ । ଏଠାରେ ବିବାହର ପ୍ରତିଟି ଫଙ୍କସନ ପାଇଁ ଏକରୁ ବଳି ଏକ ଡ୍ରେସ୍ କିଣିପାରିବେ । ଲେହେଙ୍ଗା ଏବଂ ଶାଢୀର ଭଲ କ୍ୱାଲିଟି ଏବଂ ଭେରାଇଟି ଦେଖିବାକୁ ପାଇବେ ।

ଆଉ ସବୁଠୁ ବଡ଼ କଥା ହେଲା ଆପଣଙ୍କ ବଜେଟ୍ ଭିତରେ ସେଲିବ୍ରେଟି େୱଡିଂ ଡ୍ରେସ ମଧ୍ୟ ମିଳିପାରିବ ।
ଜୋହରୀ ବଜାର, ଜୟପୁର- ଏହା ଭାରତର ସବୁଠାରୁ ପୁରୁଣା ବଜାର ଭାବେ ବିବେଚନା କରାଯାଏ ଏବଂ ବିବାହ ପାଇଁ ଏହା ଭଲ ମାର୍କେଟ । ଏଠାରେ ଜୁଏଲାରୀଠାରୁ ଆରମ୍ଭ କରି ଫୁଟୱିୟର୍ସ ଏବଂ ହ୍ୟାଣ୍ଡିକ୍ରାଫଫ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ଥାଏ । ହେଲେ ଏହି ମାର୍କେଟର ବିଶେଷତ୍ୱ ହେଉଛି ଟ୍ରାଡିସନାଲ ଜୁଏଲାରୀ ।

ଏହି ମାର୍କେଟ କୁନ୍ଦନ ଜୁଏଲାରୀ ପାଇଁ ପ୍ରସିଦ୍ଧ । ଏଥିସହ ଟ୍ରାଇବଲ, ପୋଲକି, ସୁନା, ରୁପା ଏବଂ ହୀରାର ମଧ୍ୟ ସଠିକ୍ ଦାମରେ ଆକର୍ଷଣୀୟ ଡିଜାଇନର ଜୁଏଲାରୀ ମିଳିଯିବ ।
ଦାଦର ମାର୍କେଟ, ମୁମ୍ବାଇ- ବିବାହର ଶସ୍ତା ସପିଂ ପାଇଁ ସବୁଠୁ ଶସ୍ତା ମାର୍କେଟ ମଧ୍ୟରେ ମୁମ୍ବାଇର ଦାଦର ଏବଂ ବ୍ରାଣ୍ଡ୍ ମାର୍କେଟ ନାମ ଆସିଥାଏ । ଏଠାରେ ଆପଣ ନିଜ ବଜେଟ୍ରେ ସବୁଠୁ ଭଲ ସପିଂ କରିପାରିବେ । ଫୁଟପାଥଠାରୁ ଆରମ୍ଭ କରି ହୋଲସେଲ୍ ପର୍ଯ୍ୟନ୍ତ ସମସ୍ତ ଜିନିଷ ଅତି ସହଜରେ ମିଳିଥାଏ । ଏଠାରୁ ଆପଣ ଜୁଏଲାରୀ, ପର୍ସ, ସ୍ୟାଣ୍ଡେଲ୍, ଟ୍ରାଭେଲ୍ ବ୍ୟାଗ୍ ଏବଂ ବିବାହ ପାଇଁ ଜରୁରୀ ଜିନିଷ କିଣିପାରିବେ ।

ସିନ୍ଧି ମାର୍କେଟ, ଅହମଦାବାଦ- ଶସ୍ତା ସପିଂ ପାଇଁ ଗୁଜରାଟର ଟେକ୍ସଟାଇଲ ଏବଂ ଡାଏମଣ୍ଡ୍ ମାର୍କେଟ ପୁରା ଭାରତରେ ପ୍ରସିଦ୍ଧ । ସିନ୍ଧି ମାର୍କେଟରେ ବିବାହର ପଗଡି ଓ ବାନ୍ଧନୀ ଶାଢୀ ଭଲ ମିଳିଥାଏ, ଯାହା ଆପଣଙ୍କୁ ରୟାଲ ଲୁକ୍ ପ୍ରଦାନ କରିବ ।

ଏହି ବଜାର ଗୁଜରାଟୀ ଜୁଏଲାରୀର ସବୁଠୁ ବଡ଼ ହବ୍ କୁହାଯାଏ । ଏଠାରୁ ବିବାହ, ରିସେ«ନ ଏବଂ ଅନ୍ୟ ଫଙ୍କସନ୍ ପାଉଁ ବିଭିନ୍ନ ପ୍ରକାରର ଡିଜାଇନର ଜୁଏଲାରୀ ମିଳିଥାଏ ।
ଇରୋଡ ମାର୍କେଟ, ଚେନ୍ନାଇ- ଯୁବତୀମାନେ ବିବାହ ପରେ ନିଜ ୱାର୍ଡରୋବ୍ କଲେକ୍ସନରେ ଶାଢୀର ଭଲ ଭେରାଇଟି ରଖିବାକି ଚାହିଁଥାନ୍ତି । ଏଥିପାଇଁ ଚେନ୍ନାଇର ଇରୋଡ ମାର୍କେଟ ସବୁଠୁ ଭଲ ଅପସନ୍ । ଏଠାରୁ ହ୍ୟାଣ୍ଡ୍ କ୍ରାଫଫରେ ତିଆରି ଶାଢୀ, ଲେହେଙ୍ଗା, ପ୍ରିଣ୍ଟେଡ୍ ଫ୍ୟାବ୍ରିକ୍ସର ସପିଂ କରିପାରିବେ ।

ଏହାସହ କାଞ୍ଜିମ୍ବରମ, ବନାରସୀ, ମହୀଶୂର, ଚନ୍ଦେରୀ, ଟସର ଫ୍ୟାବ୍ରିକ୍ର ଶାଢୀ ବହୁତ କମ୍ ଟଙ୍କାରେ ମିଳିଯିବ ।





