ବାସ୍ତୁରେ କିଚେନ୍‌ ୱାଲପେପର୍‌

ବର୍ତ୍ତମାନ ସମୟରେ ଘରର ଆଭ୍ୟନ୍ତରୀଣ ସୁନ୍ଦରତା ପାଇଁ ୱାଲପେପର୍‌ର ପ୍ରଚଳନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାଲି ପଡ଼ିଥିବା କାନ୍ଥକୁ ରଙ୍ଗୀନ କରିବା ଲାଗି ୱାଲପେପର୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ବଜେଟ୍‌ ଫ୍ରେଣ୍ଡ୍‌ଲି ସହିତ ଘରର ସାଜସଜ୍ଜା ପାଇଁ କଲରପେଣ୍ଟ ପରିବର୍ତ୍ତେ ଏହି ୱାଲପେପର୍‌କୁ ପ୍ରାଥମିକତା ଦିଆଯାଉଛି । ସେହିପରି ଅନେକ ଲୋକ ବିନା ପରାମର୍ଶରେ ରୋଷେଇଘରେ ରଙ୍ଗବେରଙ୍ଗ ତଥା ଭଳିକି ଭଳି ୱାଲପେପର୍‌ ଲଗାନ୍ତି । ହେଲେ ରୋଷଶାଳାରେ ୱାଲପେପର ଲଗାଇବା […]

Samaya Live Picture
Published On

ବର୍ତ୍ତମାନ ସମୟରେ ଘରର ଆଭ୍ୟନ୍ତରୀଣ ସୁନ୍ଦରତା ପାଇଁ ୱାଲପେପର୍‌ର ପ୍ରଚଳନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାଲି ପଡ଼ିଥିବା କାନ୍ଥକୁ ରଙ୍ଗୀନ କରିବା ଲାଗି ୱାଲପେପର୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ବଜେଟ୍‌ ଫ୍ରେଣ୍ଡ୍‌ଲି ସହିତ ଘରର ସାଜସଜ୍ଜା ପାଇଁ କଲରପେଣ୍ଟ ପରିବର୍ତ୍ତେ ଏହି ୱାଲପେପର୍‌କୁ ପ୍ରାଥମିକତା ଦିଆଯାଉଛି । ସେହିପରି ଅନେକ ଲୋକ ବିନା ପରାମର୍ଶରେ ରୋଷେଇଘରେ ରଙ୍ଗବେରଙ୍ଗ ତଥା ଭଳିକି ଭଳି ୱାଲପେପର୍‌ ଲଗାନ୍ତି । ହେଲେ ରୋଷଶାଳାରେ ୱାଲପେପର ଲଗାଇବା ଲାଗି ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି । ଯାହାକୁ ମାନିବା ଦ୍ୱାରା ଆପଣ ଏକ ସୁସ୍ଥ ଜୀବନଯାପନ ବିତାଇପାରିବେ ।
– ରୋଷଶାଳାରେ ୱାଲପେପର୍‌ ଲଗାଇବା ସମୟରେ ରଙ୍ଗକୁ କଦାପି ଅଣଦେଖା କରିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ କିଚେନ୍‌ରେ ନୀଳ ରଙ୍ଗର ୱାଲପେପର୍‌ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ନୁହେଁ । କାରଣ କିଚେନ୍‌ରେ ଅଗ୍ନି ତତ୍ତ୍ୱ ପ୍ରମୁଖ ରୂପେ ରହିଥାଏ, କିନ୍ତୁ ନୀଳ ରଙ୍ଗ ଜଳକୁ ଦର୍ଶାଇଥାଏ । ଏହି କାରଣରୁ କିଚେନ୍‌ରେ ନୀଳ ରଙ୍ଗର ୱାଲପେପର ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଏ ।
– ସାଧାରଣତଃ ୱାଲପେପର୍‌କୁ ଯେକୌଣସି ବି ସ୍ଥାନରେ ଲଗାଇହେବ । ହେଲେ ବାସ୍ତୁ ଅନୁସାରେ ଏହାକୁ କେବେବି ଗ୍ୟାସ୍‌ ଆଖପାଖରେ ଲଗାଇବା ଉଚିତ ନୁହେଁ । ଅଗ୍ନି ନିକଟରେ ଏହାକୁ ଲଗାଇଲେ ବାସ୍ତୁଦୋଷ ଉତ୍ପନ୍ନ ହେବାର ସମ୍ଭାବନା ବଢ଼ିଯାଏ ବୋଲି କୁହାଯାଏ ।
– କିଚେନ୍‌ରେ ୱାଲପେପର୍‌ ଲଗାଇବା ସମୟରେ ଏହାର ଡିଜାଇନ୍‌ର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ । ଏଥିରେ ହରାଇଜେଣ୍ଟାଲ୍‌ ଲାଇନ୍‌ ନରହିଥିବା ଉଚିତ । ଭର୍ଟିକାଲ୍‌ ଲାଇନ୍‌ ପଡ଼ିଥିବା ୱାଲପେପର୍‌କୁ ଆପଣ ଆପଣଙ୍କ ରୋଷେଇଘରେ ଲଗାଇପାରିବେ ।
– ଯଦି ୱାଲପେପର୍‌ଟି ବହୁଦିନ ପୂର୍ବେ ଲଗାଯାଇଛି ଏବଂ ଏହା ଚିରିଯାଇଛି ତେବେ ଏହାକୁ କାଢ଼ି ନୂଆ ୱାଲପେପର୍‌ଟେ ଲଗାନ୍ତୁ । କାହିଁକି ନା ବାସ୍ତୁରେ ଏହାକୁ ଅଶୁଭ ବୋଲି ମନେ କରାଯାଏ । ଚିରା ୱାଲପେପର୍‌ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

Tags: