କ୍ଷୀର ଚିତଉ
ଓଡିଆ ରୁଚି
By: Ipsita
ସାମଗ୍ରୀ - ଅରୁଆ ଚାଉଳ ୫୦୦ ଗ୍ରାମ, ନଡିଆ ଛୋଟ ଗୋଟିଏ, ଚିନି ଏକ କପ୍, ଖୀର ଏକ ଲିଟର, ଗୁଜୁରାତି ୪ଟା, ଲୁଣ, ବେକିଂ ପାଉଡର, ଅଧା ଚାମଚ ତେଲ ।
ପ୍ରଣାଳୀ - ଅରୁଆ ଚାଉଳକୁ ବତୁରାଇ ନିଅନ୍ତୁ । ଉକ୍ତ ଭିଜା ଚାଉଳକୁ କୋରା ନଡିଆ ସହିତ ମିଶାଇ ବାଟି ନିଅନ୍ତୁ । ଅଳ୍ପ ଚିନି, ଖୀର, ଲୁଣ ମିଶାଇ ଆଣ ପ୍ରସ୍ତୁତ କରନ୍ତୁ । ଇଟିଲି ଛାଞ୍ଚରେ ତେଲ ମାରି ଚିତଉ ତିଆରି କରନ୍ତୁ । ବଳକା ଖୀରରେ ଚିନି, ଗୁଜୁରାତି ଗୁଣ୍ଡ ମିଶାଇ ଫୁଟାନ୍ତୁ । ସେହି ଫୁଟା ଖୀରରେ ଚିତଉ ପକାଇ ପ୍ରସ୍ତୁତ କରନ୍ତୁ ଖୀର ଚିତଉ । ଏହି ଓଡିଆ ଘର ଖାଇବାଟି ଖୁବ ସ୍ୱାଦିଷ୍ଟ ହୋଇଥାଏ ।
ସମ୍ବନ୍ଧିତ ଖବର ନଡିଆ ବର୍ଫି
Tags:


