ବାସ୍ତୁ ଅନୁସାରେ ରଖନ୍ତୁ ଔଷଧ
ଜୀବନରେ ଆଗକୁ ବଢିବାକୁ ହେଲେ ସୁସ୍ଥ ରହିବା ନିହାତୀ ଜରୁରୀ । କୌଣସି ବି କାମ କରିବାକୁ ଶାରିରୀକ ଓ ମାନସିକ ଶାନ୍ତିର ଆବଶ୍ୟକତା ରହିଛି । କେତେ ଥର ବାସ୍ତୁ ଦୋଷ କାରଣରୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପ୍ରାୟ ଲୋକ ନିଜ ଘରର ସମସ୍ତ ଜିନିଷକୁ ବାସ୍ତୁ ଅନୁସାରେ ସଜାଡି ରଖନ୍ତି । ହେଲେ ବେଳେବେଳେ ଛୋଟଛୋଟ ଜିନିଷକୁ ଗୁରୁତ୍ୱ ଦେଇନଥାନ୍ତି । ଯାହା ଘରେ ନକରାତ୍ମକ ଆଣିବାରେ […]
ଜୀବନରେ ଆଗକୁ ବଢିବାକୁ ହେଲେ ସୁସ୍ଥ ରହିବା ନିହାତୀ ଜରୁରୀ । କୌଣସି ବି କାମ କରିବାକୁ ଶାରିରୀକ ଓ ମାନସିକ ଶାନ୍ତିର ଆବଶ୍ୟକତା ରହିଛି । କେତେ ଥର ବାସ୍ତୁ ଦୋଷ କାରଣରୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ପ୍ରାୟ ଲୋକ ନିଜ ଘରର ସମସ୍ତ ଜିନିଷକୁ ବାସ୍ତୁ ଅନୁସାରେ ସଜାଡି ରଖନ୍ତି । ହେଲେ ବେଳେବେଳେ ଛୋଟଛୋଟ ଜିନିଷକୁ ଗୁରୁତ୍ୱ ଦେଇନଥାନ୍ତି । ଯାହା ଘରେ ନକରାତ୍ମକ ଆଣିବାରେ ସକ୍ଷମ ହୋଇଥାଏ । ଘରେ ମେଡିସିନ୍କୁ ସର୍ବଦା ଲୋକମାନେ ନିଜ ସୁବିଧା ଅନୁସାରେ ରଖନ୍ତି । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ମେଡିସିନକୁ ଠିକ୍ ଯାଗାରେ ନ ରଖିଲେ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସର୍ବଦା ଏହାକୁ ବାସ୍ତୁ ଶାସ୍ତ୍ର ଅନୁସାରେ ରଖିବାକୁ ଚେଷ୍ଟା କରନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ମେଡିସିନ ଡବା ରଖିବା ଉଚିତ୍ ନୁହେଁ । ଏଭଳି ହେଲେ ପରିବାରର ସମସ୍ତେ ଛୋଟଛୋଟ ରୋଗରେ ମଧ୍ୟ ଔଷଧ ଖାଇବାକୁ ଉଚିତ୍ ଭାବିବେ । ଯାହା ବେଳେବେଳେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେହିଭଳି କେତେକ ଲୋକ ରୋଷେଇ ଘରେ ହେଉଥିବା ଦୁର୍ଘଟଣାରୁ ବଞ୍ଚିବା ପାଇଁ ଔଷଧ ଡବା ରଖିଥାଆନ୍ତି । ହେଲେ ବାସ୍ତୁ ଅନୁଯାୟୀ ରୋଷେଇ ଘରେ ଔଷଧ ରଖିଲେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ସର୍ବଦା ଉତ୍ତର ପୂର୍ବ ଦିଗରେ ମେଡିସିନ ରଖନ୍ତୁ । ଯାହା ପରିବାରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବ ।




