ଘରେ ରଖନ୍ତୁ ଶାନ୍ତ ମୂର୍ତ୍ତି
By: Ipsita
ସମ୍ବନ୍ଧିତ ଖବର କଣ ରହିଛି ଟ୍ରେଣ୍ଡ
ସମସ୍ତଙ୍କ ପୂଜାଘରେ ବିଭିନ୍ନ ପ୍ରକାରର ମୂର୍ତ୍ତି ପୂଜା ପାଇଥାଆନ୍ତି । ତେବେ ମୂର୍ତ୍ତି ପୂଜାକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି । ସେହିଭଳି ପୂଜାଘରେ କେଉଁ ମୂର୍ତ୍ତି ରଖିବେ ଏବଂ କେଉଁଭଳି ରଖିବେ ତାକୁ ନେଇ ମଧ୍ୟ କିଛି ନିୟମ ରହିଛି । ସର୍ବଦା ମୂର୍ତ୍ତିକୁ ସିଧା ରଖନ୍ତୁ, ଯେପରି ମୂର୍ତ୍ତିର ମୂହଁ ପଟ ଆପଣଙ୍କ ପଟକୁ ରହିବ । ପୂର୍ତ୍ତିକୁ ପଛପଟିଆ କେବେ ବି ରଖନ୍ତୁ ନାହିଁ । ସେହିଭଳି ଶାସ୍ତ୍ର ଅନୁସାରେ ଗଣେଶଙ୍କର ଦୁଇଟି ମୂର୍ତ୍ତି କିମ୍ବା ଫଟୋ କେବେ ବି ପୂଜା ଘରେ ରଖନ୍ତୁ ନାହିଁ । ଅଲଗା ଅଲଗା ସ୍ଥାନରେ ଜଣେ ଠାକୁରଙ୍କର ମୂର୍ତ୍ତି ରଖନ୍ତୁ, ହେଲେ ଗୋଟିଏ ସ୍ଥାନରେ ଏକାଠି ରଖନ୍ତୁ ନାହିଁ । ସେହିଭଳି କୌଣସି ଠାକୁରଙ୍କର ରାଗ ସମୟର ମୂର୍ତ୍ତି କିମ୍ବା ଫଟୋ ପୂଜା ପାଇଁ ରଖନ୍ତୁ ନାହିଁ । ସର୍ବଦା ଶାନ୍ତ ମୂର୍ତ୍ତି ପୂଜା ପାଇଁ ରଖନ୍ତୁ, ଯାହା ଫଳରେ ଘରେ ସକରାତ୍ମକତା ଉର୍ଜା ଖେଳିବ ।
ସମ୍ବନ୍ଧିତ ଖବର ଦୂର କରନ୍ତୁ ରୂପି ସମସ୍ୟା
Tags:
Related Posts



