କିମା ଚିକେନ ବୁଟଡାଲି

କିମା ଚିକେନ ବୁଟଡାଲି
Ipsita Picture
By: Ipsita
Published On

 

ସାମଗ୍ରୀ _ ବୁଟ ଡାଲି, ଚିକେନ କିମା, ପିଆଜ, ରସୁଣ, କଞ୍ଚା ଲଙ୍କା, ଅଦା, ଭଜା ବାଦାମ, ଅଣ୍ଡା, ଲୁଣ, ହଳଦୀ, ତନ୍ଦୁରୀ ମସଲା, ଗୋଲ ମରିଚଗୁଣ୍ଡ, ଲେମ୍ବୁ, ଚାଟ ମସଲା, ଜିରା।

ପ୍ରଣାଳୀ _ ପ୍ରଥମେ ବୁଟକୁ ଲୁଣ ହଳଦୀ ଦେଇ ସିଝା ନିଅନ୍ତୁ । ଏହାପରେ ଚିକେନ କିମାକୁ ବାଦାମ ଗୁଣ୍ଡ,କଞ୍ଚା ଲଙ୍କା, ବଟା ରସୁଣ, ଅଦା, ଟମାଟୋ ଓ ପିଆଜ ମସଲା, ଲୁଣ ଓ ଅଣ୍ଡା ଫେଣ୍ଟା ଦେଇ ଭାଜନ୍ତୁ । ଅଳ୍ପ ସମୟ ଭାଜି ହେବା ପରେ ଏଥିରେ ତନ୍ଦୁରୀ ମସଲା, ଚାଟ ମସଲା, ଗୋଲ ମରିଚ ଗୁଣ୍ଡ ଓ ଲେମ୍ବୁ ପକାଇ ଗୋଳାଇ ନିଅନ୍ତୁ । କିମାକୁ ଭାଜି ଅଲଗା ରଖନ୍ତୁ । ବର୍ତ୍ତମାନ କରେଇରେ ତେଲ ଗରମ କରି ଏଥିରେ କଟା ପିଆଜ, ଟମାଟୋ ଓ କଟା ରସୁଣ ପକାଇ ଅଳ୍ପ ଭାଜନ୍ତୁ । ଏଥିରେ ବର୍ତ୍ତମାନ ପୂର୍ବରୁ ଭଜା ହୋଇ ରହିଥିବା ଚିକେନ କିମା ପକାଇ ଭାଜନ୍ତୁ । ଏହାପରେ ଏଥିରେ ସିଝା ବୁଟକୁ ପକାଇ ଗୋଳାଇ ନିଅନ୍ତୁ । ଅଳ୍ପ ସମୟ ଫୁଟିବା ପରେ ଏଥିରେ ଧନିଆ ପତ୍ର ପକାଇ ତଳକୁ ଓହ୍ଲାଇ ନିଅନ୍ତୁ, ପ୍ରସ୍ତୁତ ହୋଇଯିବ କିମା ଚିକେନ ବୁଟଡାଲି।

Tags: