ଆରମ୍ଭ ହେଲା ଧର୍ମମାସ, ମନ୍ଦିରରେ ଲାଗୁଛି ହବିଷ୍ୟାଳିଙ୍କ ଭିଡ଼

ସମୟ ଲାଇଭ୍‍,୧୪/୧୦: ଆଶ୍ୱିନ ପୂର୍ଣ୍ଣିମା ଶେଷ ହେବା ପରେ ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ ମାସ। କାଳି ଅନ୍ଧାରରୁ ଉଠି ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ହବିଷ୍ୟାଳିମାନେ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରି ଦେବଦର୍ଶନ ସହ ତୁଳସୀ ଚଉରାମୂଳରେ ମୁରୂଜ ପକାଇଛନ୍ତି। ସେହିପରି ସଂକୀର୍ତ୍ତନ ଦଳ ନଗର ପରିକ୍ରମା କରିଛନ୍ତି। ତେବେ ଏପରି ପରମ୍ପରା ମାସସାରା ଦେଖିବାକୁ ମିଳିବ। ରାମନାମ ସଂକୀର୍ତ୍ତନ ସହ ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ ଆବାଳ ବୃଦ୍ଧବନିତା ଦିନ ବିତାଇବେ। ତେବେ […]

Samaya Live Picture
Published On

ସମୟ ଲାଇଭ୍‍,୧୪/୧୦: ଆଶ୍ୱିନ ପୂର୍ଣ୍ଣିମା ଶେଷ ହେବା ପରେ ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ ମାସ। କାଳି ଅନ୍ଧାରରୁ ଉଠି ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ହବିଷ୍ୟାଳିମାନେ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରି ଦେବଦର୍ଶନ ସହ ତୁଳସୀ ଚଉରାମୂଳରେ ମୁରୂଜ ପକାଇଛନ୍ତି। ସେହିପରି ସଂକୀର୍ତ୍ତନ ଦଳ ନଗର ପରିକ୍ରମା କରିଛନ୍ତି।

ତେବେ ଏପରି ପରମ୍ପରା ମାସସାରା ଦେଖିବାକୁ ମିଳିବ। ରାମନାମ ସଂକୀର୍ତ୍ତନ ସହ ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ ଆବାଳ ବୃଦ୍ଧବନିତା ଦିନ ବିତାଇବେ।
ତେବେ ମାସ ସାରା ଆମିଷ ତଥା ପିଆଜ, ରସୁଣ ଆଦି ଭୋଜନ ତ୍ୟାଗ କରି ହବିଷ ଅନ୍ନ ଗ୍ରହଣ କରିବେ। ଚଳିତ ବର୍ଷ କାର୍ତ୍ତିକ ମାସର ପ୍ରଥମ ଦିନରେ ହିଁ ସୋମବାର ପଡ଼ିଥିବାରୁ ସୋମବାର ବ୍ରତ ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ଶିବ ମନ୍ଦିର ଦେବ ଦର୍ଶନ କରି ଶ୍ୱେତ ପୁଷ୍ପ ଅର୍ପଣ କରିଛନ୍ତି ଭକ୍ତ। ତେବେ ଏହି ବ୍ରତଧାରୀମାନେ ଗୋଧୂଳି ସମୟରେ ପୁନଶ୍ଚ ମନ୍ଦିର ବେଢ଼ା ପରିକ୍ରମା କରି ହବିଷ ଅନ୍ନ ଗ୍ରହଣ କରିବେ।
ତେବେ ଏହିମାସ ଆରମ୍ଭରୁ ଧୂପଦୀପ, ଝୁଣା ଓ ସାତ୍ତ୍ୱିକ ଭୋଜନର ମହକରେ ଚତୁର୍ଦ୍ଦିଗ ମହକି ଉଠୁଛି।

Tags: