କନ୍ଦମୂଳ କାକରା

ଓଡିଆ ରୁଚି

କନ୍ଦମୂଳ କାକରା
Ipsita Picture
By: Ipsita
Published On



ସାମଗ୍ରୀ - କନ୍ଦମୂଳ, ମଇଦା, ଖୁଆ, ଚିନି, ଗୁଜୁରାତି, ଖାଇବା ସୋଢା, ତେଲ କିମ୍ବା ଘିଅ ।
ପ୍ରଣାଳୀ - ଖୁଆ ସହିତ ଚିନି ଓ ଗୁଜୁରାତି ଗୁଣ୍ଡ ମିଶାଇ ପୁର ତିଆରି କରନ୍ତୁ । କନ୍ଦମୂଳ ସିଝାଇ ଚୋପା ଛଡାଇ ନିଅନ୍ତୁ । ସେଥିରେ ମଇଦା ଓ ଦରକାର ମୁତାବକ ଖାଇବାସୋଡା ମିଶାଇ ଦିଅନ୍ତୁ । ଏହାପରେ ସମସ୍ତ ମିଶ୍ରଣକୁ ଭଲକରି ଚକଟି ଛୋଟଛୋଟ ଗୁଳା କରନ୍ତୁ । ଏହାପରେ ଏହି ଗୁଳାରେ ଖୁଆ ପୁର ଦେଇ ଗଢନ୍ତୁ । ପରେ ଗଢା ହୋଇଥିବା ପିଠାକୁ ତେଲରେ ଛାଣି ନିଅନ୍ତୁ । ପ୍ରସ୍ତୁତ ହୋଇଯିବ କନ୍ଦମୂଳ କାକରା । ଏହା ଖୁବ ସ୍ୱାଦିଷ୍ଟ ସହିତ ଦେହକୁ ହିତ ହୋଇଥାଏ । 

Tags: