ଭଙ୍ଗା ହୃଦୟ ଲାଗି ଚା

ସବୁ ବୟସର ସବୁ ବର୍ଗର ଲୋକ ଚା ପିଇବାକୁ ପସନ୍ଦ କରନ୍ତି । ଚାର ଅଲଗା ଅଲଗା ନାମ ମଧ୍ୟ ରହିଛି ଯେପରିକି କଡକ ଚା, ତନ୍ଦୁରୀ ଚା, ମସଲା ଚା ଇତ୍ୟାଦି । କିନ୍ତୁ ଗ୍ୱାଲିୟରର ଜଣେ ବ୍ୟକ୍ତି ଚାର ନାମକୁ କେବଳ ବଦଳାଇ ନାହାନ୍ତି ବରଂ ଚାର ଭେରାଇଟିକୁ ମଧ୍ୟ ବଦଳାଇ ଦେଇଛନ୍ତି ଯେ ଲୋକମାନେ ଦୂରଦୂରାନ୍ତରୁ ଆସି ତାଙ୍କ ପାଖରେ ଚା ପିଉଛନ୍ତି । ଅଳ୍ପ ସମୟ ଭିତରେ ସେ ଏତେ ପବ୍ଲିସିଟି […]

Samaya Live Picture
Published On

ସବୁ ବୟସର ସବୁ ବର୍ଗର ଲୋକ ଚା ପିଇବାକୁ ପସନ୍ଦ କରନ୍ତି । ଚାର ଅଲଗା ଅଲଗା ନାମ ମଧ୍ୟ ରହିଛି ଯେପରିକି କଡକ ଚା, ତନ୍ଦୁରୀ ଚା, ମସଲା ଚା ଇତ୍ୟାଦି । କିନ୍ତୁ ଗ୍ୱାଲିୟରର ଜଣେ ବ୍ୟକ୍ତି ଚାର ନାମକୁ କେବଳ ବଦଳାଇ ନାହାନ୍ତି ବରଂ ଚାର ଭେରାଇଟିକୁ ମଧ୍ୟ ବଦଳାଇ ଦେଇଛନ୍ତି ଯେ ଲୋକମାନେ ଦୂରଦୂରାନ୍ତରୁ ଆସି ତାଙ୍କ ପାଖରେ ଚା ପିଉଛନ୍ତି । ଅଳ୍ପ ସମୟ ଭିତରେ ସେ ଏତେ ପବ୍ଲିସିଟି ହାସଲ କରିଛନ୍ତି ଯେ, ଲୋକମାନେ ତାଙ୍କ ଦୋକାନରେ ଗୀତ ରେକର୍ଡ କରିବାକୁ ପହଞ୍ଚି ଯାଉଛନ୍ତି । ଗ୍ୱାଲିୟରର ଗୋଲା ମନ୍ଦିର ରୋଡ୍‌ରେ ହନୁମାନ ନଗର ନିକଟରେ ଏକ ଚା ଦୋକାନ ରହିଛି ଯେଉଁଠି ସବୁ ସମୟରେ ଭିଡ ଲାଗି ରହିଥାଏ । ଏହି ଦୋକାନର ନାମ ରହିଛି କାଳୁ ବେବଫା ଚାବାଲା ।

Kalu Bewafa Chai Wala Chai Funny Menu Pic Goes Viral

ଦୋକାନ ସାମ୍ନାରେ ଯେଉଁ ବୋର୍ଡ ଲାଗିଛି ସେଥିରେ ବିଭିନ୍ନ ପ୍ରକାର ଚାର ନାମ ଲେଖାଯାଇଛି ଯାହା ଏପରି ବିଚିତ୍ର ଯେ ଆପଣ ନିଶ୍ଚୟ ତାହା ପିଇବାକୁ ଇଚ୍ଛା କରିବେ । ଦୋକାନୀ ରାମଜିତ୍‌ ଓରଫ କାଳୁ କହିଛନ୍ତି, ସେ ତାଙ୍କ ଜୀବନରେ ଦୁଇଥର ପ୍ରେମରେ ଧୋକା ଖାଇଛନ୍ତି । ଅନ୍ୟ କାହାକୁ ବେବଫା କହିବା ପରିବର୍ତ୍ତେ ସେ ନିଜ ପାଇଁ ଏହି ଶବ୍ଦକୁ ବାଛିନେଲେ ଓ ଚା ଦୋକାନର ନାମ ଏହିପରି ରଖିବାକୁ ନିଷ୍ପତ୍ତି ନେଲେ । କାଳୁଙ୍କ ଏହି ଚା ଦୋକାନରେ ଆପଣଙ୍କୁ ବିଭିନ୍ନ ସ୍ୱାଦର ଚା ମିଳିବ ଯେଉଁଥିରେ ସବୁଠାରୁ ଶସ୍ତା ଚାର ଦାମ୍‌ ୫ ଟଙ୍କା । ଏହି ଚା ପୁଣି ସମସ୍ତଙ୍କ ଲାଗି ନୁହେଁ । ଯେଉଁମାନେ ପ୍ରେମରେ ଧୋକା ଖାଇଥିବେ ସେମାନଙ୍କ ଲାଗି ଏହି ଚା । ସେହିପରି ଆଉ ଏକ ଚା ରହିଛି ଯାହାର ମୂଲ୍ୟ ୪୯ଟଙ୍କା । ପ୍ରେମ କରି ଯେଉଁମାନେ ଜୀବନରେ ସବୁ କିଛି ପାଇଛନ୍ତି ସେମାନଙ୍କ ଲାଗି ଏହି ଚା । ସେହିପରି ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଙ୍କ ଲାଗି ଚାର ଦାମ୍‌ ରଖାଯାଇଛି ୧୦ ଟଙ୍କା । ଚକୋଲେଟ୍‌ ଚା, ଅକେଲାପନ ଚା, ମନ ପସନ୍ଦର ସାଥି ପାଇବା ଲାଗି ବି ସ୍ୱତନ୍ତ୍ର ଚା ଏଠାରେ ମିଳିଥାଏ । କେବଳ ଏତିକି ନୁହେଁ ଯେଉଁମାନେ ପନିୀ ଠାରୁ ପ୍ରତାରିତ ହୋଇଛନ୍ତି ସେମାନଙ୍କୁ ଏଠି ମାଗଣାରେ ଚା ପିଇବାକୁ ମିଳିଥାଏ ।